ସୁପ୍ରିମକୋର୍ଟଙ୍କ ଫୈସଲା, ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ । କହିଲେ ‘ତୁମ ଇଚ୍ଛା ବିନା ପତ୍ରଟେ ବି ହଲେନି ଆହେ ଜଗନ୍ନାଥ’

540

କନକ ବ୍ୟୁରୋ : ପୁରୀ ପ୍ରକଳ୍ପ ବିବାଦ ନେଇ ସୁପ୍ରିମକୋର୍ଟ ଫୈସଲା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି । ଏହି ଟ୍ୱିଟରେ ସେ ଗୋଟିଏ ଧାଡିରେ ତେରଛା ବାଣ ମାରିଛନ୍ତି । ମୁଖ୍ୟମନ୍ତ୍ରୀ ମାତ୍ର ଗୋଟିଏ ଧାଡିରେ ଟ୍ୱିଟ କରିଛନ୍ତି । ଏଥିରେ ସେ କହିଚନ୍ତି, ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ, ଜୟ ଜଗନ୍ନାଥ । ପରିକ୍ରମା ପ୍ରକଳ୍ପ ନେଇ ଦୀର୍ଘଦିନ ଧରି ସରକାର ଓ ବିରୋଧୀଙ୍କ ମଧ୍ୟରେ ବିବାଦ ଲାଗିଥିଲା ।

ଏଏସଆଇ ଏ ନେଇ ହାଇକୋର୍ଟରେ ସତ୍ୟପାଠ ବି ଦାଖଲ କରିଥିଲା । ହାଇକୋର୍ଟ କାମ ଉପରେ କୌଣସି ରୋକ ଲଗାଇନଥିଲେ । ବିରୋଧୀ ପ୍ରକଳ୍ପ କାମକୁ ବେଆଇନ ବୋଲି ଦର୍ଶାଇ ସରକାରଙ୍କୁ ଘେରିଥିଲେ । ପରେ ମାମଲା ସୁପ୍ରିମକୋର୍ଟର ପହଞ୍ଚିଥିଲା । ଏ ନେଇ ଦୁଇଟି ସ୍ୱତନ୍ତ୍ର ଲିଭ ପିଟିସନ ଦାୟର ହୋଇଥିଲା । ଆଉ ଆଜି ସୁପ୍ରିମକୋର୍ଟ ଫୈସଲା ଶୁଣାଇବା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି ।

ସେପଟେ, କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ନିଜସ୍ୱ ପ୍ରଚାର ପାଇଁ କୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିବା କୋର୍ଟ କହିଛନ୍ତି । ତେବେ ଉନ୍ନୟନମୂଳକ କାମକୁ ଉଦେ୍ଧଶମୂଳକ ଭାବେ ରୋକଯାଉଥିବା କୋର୍ଟ ନିଜ ରାୟରେ କହିଛନ୍ତି । ଗତକାଲି ସବୁ ପକ୍ଷକୁ ଶୁଣିବା ପରେ ଦୁଇ ଜଣିଆ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ । ବେଆଇନ ନିର୍ମାଣ ଓ ଖନନ ହୋଇଥିବା ଅଭିଯୋଗ ହୋଇଥିଲା । ୨ଜଣ ବ୍ୟକ୍ତି ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଲିଭ୍ ପିଟିସନ ଦାୟର କରିଥିଲେ । ତେବେ ରହିତାଦେଶ ଏଡାଇବାକୁ ସରକାର କ୍ୟାଭିଏଟ୍ କରିଥିଲେ ।

ଏବେ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ପରେ ଜାରି ରହିବ ପରିକ୍ରମା ପ୍ରକଳ୍ପର ନିର୍ମାଣ କାମ । ଭକ୍ତଙ୍କ ସୁବିଧା ପାଇଁ ନିର୍ମାଣ କାମ ହେଉଥିବା ସୁପ୍ରିମକୋର୍ଟରେ ଦର୍ଶାଇଥିଲେ ଓଡ଼ିଶା ସରକାର । ଶøଚାଳୟ, ପ୍ରତୀକ୍ଷା କେନ୍ଦ୍ର, ଇଲେକ୍ଟ୍ରିକ ଓ କ୍ଲକ ରୁମ ନିର୍ମାଣ ହେଉଥିବା କହିଥିଲେ । ଏନଏମଏରୁ ଏନଓସି ଅଣାଯାଇଥିବା ଯୁକ୍ତି ରଖିଥିଲେ ସରକାର । ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ ଆଡଭୋକେଟ ଜେନେରାଲ ଅଶୋକ ପରିଜା । ରାଜ୍ୟ ସରକାରଙ୍କ ଯୁକ୍ତିରେ ସନ୍ତୁଷ୍ଟ ହୋଇଛନ୍ତି ସୁପ୍ରିମକୋର୍ଟ ।