ବ୍ରଜରାଜନଗର ଉପନିର୍ବାଚନ: ୧୮ ହଜାରରୁ ଅଧିକ ଭୋଟରେ ଆଗୁଆ ବିଜେଡି, ଦ୍ୱିତୀୟକୁ ଉଠିଲା କଂଗ୍ରେସ 

267

କନକ ବ୍ୟୁରୋ: ଚାଲିଛି ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ୧୩ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ୧୩ ରାଉଣ୍ଡରେ ବିଜେଡି ୪, ୯୯୭ ଭୋଟ ପାଇଥିବା ବେଳେ କଂଗ୍ରେସ ୧୯୫୭ ଭୋଟ ପାଇଛି ଓ ବିଜେପି ୮୯୬ ଭୋଟ ପାଇଛି । ଏହାସହ କଂଗ୍ରେସ ଏବେ ବିଜେପିକୁ ଟପି ଦ୍ୱିତୀୟ ସ୍ଥାନକୁ ଉଠିଛି ।

ତେବେ ଭୋଟ୍ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୨୭୯ଟି ବୁଥ୍ ଥିବାରୁ ୨୦ ରାଉଣ୍ଡରେ ଗଣତି ଶେଷ ହେବ ବୋଲି ଜଣାପଡ଼ିଛି । ପ୍ରତି ଟେବୁଲରେ ୩ଜଣ କର୍ମଚାରୀଙ୍କୁ ଗଣିବା ପାଇଁ ନିୟୋଜିତ କରାଯାଇଛି । କାଉଂଟି ଏଜେଂଟମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ରତି ରାଉଣ୍ଡ ପରେ ଜନସାଧାରଣଙ୍କ ଅବଗତି ନିମନ୍ତେ ମାଇକ ଯୋଗେ ଏହାକୁ ଘୋଷଣା କରାଯିବ । ଭୋଟ୍ ଗଣତି କେନ୍ଦ୍ରରେ ମିଡିଆ ସେଂଟର ମଧ୍ୟ କରାଯାଇଛି । ଭୋଟଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଜେଡି ଦ୍ୱିତୀୟ ଥର ପାଇଁ ବିଜୟହାସଲ ପାଇଁ ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ, ବିଜେପି ମଧ୍ୟ ଦେଉଛନ୍ତି କଡା ଟକ୍କର ।