ରସିଦ ଖାନଙ୍କ ଚମତ୍କାର ବୋଲିଂ । ୬୯ ରନରେ ବିଜୟ ହାସଲ କଲା ସନରାଇଜର୍ସ ହାଇଦ୍ରାବାଦ ।

146

କନକ ବ୍ୟୁରୋ : ଆଜିର ମ୍ୟାଚରେ ରସିଦ ଖାନଙ୍କ ଚମତ୍କାର ବୋଲିଂ ଦେଖିବାକୁ ମିଳିଛି । ଫଳରେ ହାଇଦ୍ରାବାଦ ଏହି ମ୍ୟାଚକୁ ୬୯ ରନରେ ବିଜୟ ହାସଲ କରିଛି । ଏହି ମ୍ୟାଚରେ ରସିଦ ଖାନ ୩ଟି ୱିକେଟ ହାସଲ କରିଥିବା ବେଳେ ଅର୍ସଦୀପ ସିଂ ୨ଟି ୱିକେଟ ହାସଲ କରିଥିଲେ । ଫଳରେ ୧୬ ଓଭର ୫ଟି ବଲରେ ପଞ୍ଜାବକୁ ଅଲଆଉଟ କରିଥିଲା ହାଇଦ୍ରାବାଦ ।

ଏହି ମ୍ୟାଚରେ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦୁଇ ଓପନର ପାଳି ଆରମ୍ଭ କରିଥିଲେ । ଦଳ ପକ୍ଷରୁ ଡେଭିଡ ୱାର୍ଣ୍ଣର ୫୨ ଓ ବେୟାରଷ୍ଟୋ ୯୭ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୨୦୧ ରନ କରିଥିଲା ।

୨୦୨ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା ପଞ୍ଜାବ ଦଳ । ଦଳରେ ନିକୋଲ୍ସ ପୂରଣକୁ ଛାଡିଦେଲେ କୌଣସି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । ପୂରଣ ୩୭ ବଲରୁ ୭ ଛକା ୫ ଚୌକା ବଳରେ ୭୭ ରନ କରିଥିଲା । ହେଲେ ଦଳ ୧୩୨ ରନରେ ଅଲଆଉଟ ହୋଇଯାଇଥିଲା ।