ତପସ୍ୱିନୀଙ୍କ ପାଇଁ ସୁମିତଙ୍କ ଘରେ ତାଲା: କୋର୍ଟଙ୍କ ରାୟକୁ ନେଇ ନୂଆ ବିବାଦ

192

କନକ ବ୍ୟୁରୋ: ବ୍ରହ୍ମପୁର ଜିଲ୍ଲା ଜଜ୍ ରାୟ ପରେ ସ୍ୱାମୀ ସୁମିତଙ୍କ ଘରେ ରହିବାକୁ ଆସିଥିବା ତପସ୍ୱିନୀଙ୍କ ପାଇଁ ଏବେ ଦ୍ୱାର ବନ୍ଦ ହୋଇଯାଇଛି । ଶ୍ୱଶୂର ଘର ଲୋକେ ଦ୍ୱାର ମୁହଁରେ ତାଲା ପକାଇ ଦେଇଛନ୍ତି ।

ଆଉ ତପସ୍ୱିନୀ ସୁମିତଙ୍କ ଘର ଗ୍ୟାରେଜରେ ରହି କାନ୍ଦୁଛନ୍ତି । କହୁଛନ୍ତି ତାଙ୍କୁ ସମସ୍ତେ ଠକି ଦେଇଛନ୍ତି । ସକାଳେ ଉପର ମହଲାରେ ତପସ୍ୱିନୀଙ୍କୁ ରଖିବା ପାଇଁ ପ୍ରସ୍ତୁତ ଥିବା ଶ୍ୱଶୂର ଘର ଲୋକ ସନ୍ଧ୍ୟାରେ ଦ୍ୱାର ମୁହଁରେ ତାଲା ଝୁଲାଇ ଦେଇଛନ୍ତି ।

କୋର୍ଟଙ୍କ ରାୟର କପି ଆସିବା ପରେ ସୁମିତଙ୍କ ଓକିଲ କହିଥିଲେ ତାଙ୍କ ଘରେ ରଖିବା ପାଇଁ କୋର୍ଟ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ଦେଇନାହାନ୍ତି । ସେପଟେ ସୁମିତଙ୍କ ଓକିଲଙ୍କ ଯୁକ୍ତିକୁ ଭିତିହୀନ ବୋଲି କହିଛନ୍ତି ତପସ୍ୱିନୀଙ୍କ ଓକିଲ । ଅନ୍ୟପଟେ ତପସ୍ୱିନୀଙ୍କ ଶ୍ୱଶୂର ତଥା ସୁମିତଙ୍କ ବାପା କୋର୍ଟଙ୍କ ରାୟର ଏକ ନକଲ ପଠାଇ ବ୍ରହ୍ମପୁର ପୁଲିସ ଓ ପ୍ରଶାସନକୁ ମେଲ କରି ସହାୟତା ମାଗିଛନ୍ତି ।