ନବରଙ୍ଗପୁର : ନବରଙ୍ଗପୁର କଲେଜକୁ ସରକାରୀ ମାନ୍ୟତା ଦାବୀରେ ଛାତ୍ର ସଂଗଠନର ଆନ୍ଦୋଳନ

20

କନକ ବ୍ୟୁରୋ: ନବରଙ୍ଗପୁର ସହରସ୍ଥିିିିତ ନବରଙ୍ଗପୁର କଲେଜକୁ ସରକାରୀ ମାନ୍ୟତା ଦାବୀରେ ଛାତ୍ର ସଂଗଠନ ପକ୍ଷରୁ ଆନ୍ଦୋଳନ । ଏ ସଂପର୍କରେ ଛାତ୍ର ଛାତ୍ରୀମାନେ ବିଭିନ୍ନ ସମୟରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୈାଣସି ସୁଫଳ ମିଳି ନଥିଲା ।

ଫଳରେ ଛାତ୍ର ଛାତ୍ରୀ ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଜାତୀୟ ରାଜପଥକୁ ଦୁଇ ଘଣ୍ଟା ଧରି ଅବରୋଧ କରିବା ସହ ମାନବ ଶୃଂଖଳ ଜରିଆରେ ଧାରଣାରେ ବସିଥିଲେ । ଦାବୀ ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ର ସଂଗଠନ ପକ୍ଷରୁ ସୁଚନା ମିଳିଛି ।