ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ: ଏବେ ସୁଦ୍ଧା ୪୮ମୃତ, ୭ଶହରୁ ଅଧିକ ଆହତ ସୂଚନା

115

କନକ ବ୍ୟୁରୋ: ସାତ ଦିନ ନପୁରୁଣୁ ପୁଣି ଥରେ ଭୁକମ୍ପ ଝଟକାରେ ଥରିଲା ଇଣ୍ଡୋନିଆ । କେଉଁଠି ରାସ୍ତାରେ ଯାଉଥିବା ଲୋକମାନେ ଦୋହଲିଯାଇଛନ୍ତି , କେଉଁଠି ଘରଗୁଡିକ ଭାଙ୍ଗି ମାଟିରେ ମିଶିିଛି । ଭୟରେ ଘରୁ ବାହାରି କିଏ କେଉଁଠି ଜୀବନ ବଂଚାଇବା ପାଇଁ ପ୍ରାଣପ୍ରଣେ ଉଦ୍ୟମ କରିଛନ୍ତି । କେବଳ ସେତିକି ନୁହେଁ ସ୍ଥାନେ ସ୍ଥାନେ ବିଶାଳ ଅଟାଳିକା ଭାଙ୍ଗି ରାସ୍ତା ଉପରେ ତାସ ଘର ପରି ପଡି ରହିଥିବା ଦେଖିବାକୁ ମିଳିଛି । ଭୟ, କୋହ, ଆତଙ୍କ ଭିତରେ ଫାଟିପଡୁଛି ଜାଭା ଓ ଜାକାର୍ତା ।

ଭୂମିକମ୍ପରେ ଥରିଛି ଇଣ୍ଡୋନେସିଆ
• ୨୦୨୨ ଫେବୃଆରୀରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା
• ରେକ୍ଟର ସ୍କେଲରେ ଏହା ତ୍ରୀବତା ୬.୨ ରେକର୍ଡ କରାଯାଇଥିଲା
• ୨୫ଜଣଙ୍କ ମୃତ୍ୟୁ ଓ ୪୬୦ରୁ ଅଧିକ ଆହତ ହୋଇଥିଲେ ।
• ୨୦୨୧ ଜାନୁଆରୀ ମାଦରେ ସୁଲାମେସୀ ପ୍ରାନ୍ତରେ ହୋଥିଲା ବଡ ଭୂମିକମ୍ପ
• ରେକ୍ଟର ସ୍କେଲରେ ତ୍ରୀବତା ୬.୨ ରେକର୍ଡ କରାଯାଇଥିଲା ।
• ୧୦୦ଜଣଙ୍କ ମୃତ୍ୟୁ ଓ ୭୦ଜାର ଲୋକ ପ୍ରଭାବିତ ହୋଇଥିଲେ ।
• ୨୦୧୪ ମସିହାରେ ହୋଇଥିଲା ସବୁଠୁ ବଡ ତଥା ଶକ୍ତିଶାଳାୀ ଭୂମିକମ୍ପ
• ହିନ୍ଦ ମହାସାଗରେ ଆସିଥିବା ୂୁକମ୍ପରେ ପ୍ରାୟ ୧୨ଟି ଦେଶ ପ୍ରଭାବିତ ହୋଇଥିଲେ
• ୨ଲକ୍ଷ ୩୦ହଜାର ମୃତକଙ୍କ ମଧ୍ୟରୁ ସବୁଠୁ ଅଧିକ ଇଣ୍ଡୋନେସିଆର ଥିଲେ

୨୭କୋଟି ଜନସଂଖ୍ୟା ବିଶିଷ୍ଟ ଇଣ୍ଡୋନେସିଆରେ ଅଧିକାଂଶ ସମୟରେ ଶକ୍ତିଶାଳୀ ଭୁକମ୍ପ ଝଟକା ଅନୁଭୂତ ହୋଇଥାଏ । ଜ୍ୱାଳାମୁଖୀ ବିସ୍ଫୋରଣ ଓ ସୁନାମୀ ପାଇଁ ମଧ୍ୟ ଏହି ଦେଶକୁ ପ୍ରଭାବିତ କରୁଛି ।

ସୋମବାର ମଧ୍ୟାହ୍ନରେ ହଠାତ ବଡ ଧରଣର ଭୁକମ୍ପ ଝଟକାରେ ଥରି ଉଠିଛି ଜାଭା ଦ୍ୱୀପ ସହ ଇଣ୍ଡୋନେସିଆର ବିଭିନ୍ନ ସ୍ଥାନ । ମଧ୍ୟାହ୍ନରେ ଜାଭା ଦ୍ୱୀପର ସିଆନଜୁଂରେ ଆସିଥିବା ଭୁକମ୍ପର ରେକ୍ଟର ସ୍କେଲରେ ୫,୬ ତ୍ରୀବତା ରେକର୍ଡ କରାଯାଇଛି । ରାଜଧାନୀ ଜାକାର୍ତାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୭୫କିମି ଦୂରରେ ଭୁକମ୍ପସ୍ଥଳୀ ଥିବା ସୂଚନା ରହିଛି । ତେବେ ସୁନାମୀର କୌଣସି ଆଶଙ୍କା ନଥିବା ଇଣ୍ଡୋନେସିଆ ଭୁବିଜ୍ଞାନୀ ସୂଚନା ଦେଇଛନ୍ତି ।

ନଭେମ୍ବର ୧୭ ତାରିଖରେ ଇଣ୍ଡୋନେସିଆର ବାଲିରେ ଭୁକମ୍ପ ଅନୂଭତ ହୋଇଥିଲା । ରେକ୍ଟର ସ୍କେଲରେ ଏହା ତ୍ରୀବତା ଥିଲା ୩.୮ । ଭୁକମ୍ପ ଝଟକାରେ ବାଲି ସମେତ ମାତଲମ, ଲୋମ୍ବୋକ, ନୁସା ତେଙ୍ଗାରା ଓ ଇଣ୍ଡୋନେସିଆ ସବୁଠୁ ଅଧିକ କ୍ଷୟକ୍ଷତି ହୋଇଥିଲା ।

ଏହି ଭୁକମ୍ପରେ ଏବେ ସୁଦ୍ଧା ୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ଶହରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ବଡ ଧରଣର କ୍ଷୟକ୍ଷତିରେ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି । ଭଙ୍ଗା ଅଟାଳିକା ତଳେ ଅନେକ ଲୋକ ଫଶି ରହିଥିବାବେଳେ ରେସ୍କ୍ୟୁ ଅପରେସନ ଜାରି ରହିଛି ।