ରାଜ୍ୟ କ୍ୟାବିନେଟରେ ୧୬ ପ୍ରସ୍ତାବକୁ ମଞ୍ଜୁରୀ, ମିଲେଟ ମିଶନକୁ ୬ ବର୍ଷ ବୃଦ୍ଧି। 

177

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୋଟ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ  ଜେଜେଏମ୍‌ ଯୋଜନାରେ ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ମିଲେଟ ମିଶନକୁ ୬ ବର୍ଷ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ୨ ହଜାର ୮ ଶହ ୮ କୋଟି ଖର୍ଚ୍ଚ କରାଯିବ । ୧୯ଟି ଜିଲ୍ଲାର ୧୪୨ଟି ବ୍ଲକରେ କାର୍ୟ୍ୟକାରୀ ହେବ ଏହି ପ୍ରକଳ୍ପ ।