ଲଞ୍ଚ୍ ହେଲା ଓଡ଼ିଶା FCର ଅଫିସିଆଲ କିଟ୍ । ଅକ୍ଟୋବରରୁ ଆରମ୍ଭ ହେବ ଇଣ୍ଡିଆନ୍ ସୁପର ଲିଗ୍ ।

125

କନକ ବ୍ୟୁରୋ: ଉନ୍ମୋଚିତ ହେଲା ‘ଓଡ଼ିଶା ଏଫସି’ର ଫୁଟବଲ କିଟ୍ । ଟିମର ଥିମ ରହିଛି ଆମ ଟିମ୍ ଆମ ଗେମ୍ । ରାଜଧାନୀ ଭୁବନେଶ୍ୱରରେ ଓଡ଼ିଶା ଏଫସିର ଅଫିସିଆଲ୍ କିଟ୍ ଉନ୍ମୋଚନ ହୋଇଯାଇଛି । ଟିମ୍ ମ୍ୟାନେଜମେଣ୍ଟ ଏବଂ କିଛି ଅଫିସିଆଲଙ୍କ ଉପସ୍ଥିତିରେ ହେଇଛି ଏହି ଉନ୍ମୋଚନ । ଆଜି ସନ୍ଧ୍ୟାରେ ଏକ ରଙ୍ଗାରଙ୍ଗ ଉତ୍ସବରେ ‘ଓଡ଼ିଶା ଏଫ୍‌ସି’ର ଅଫିସିଆଲ୍ କିଟ୍‌ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଚଳିତ ଆଇଏସଏଲ ସିଜନ୍ ଆରମ୍ଭ ହେବା ପୂର୍ବରୁ ଏହାକୁ ଉନ୍ମୋଚିତ କରାଯାଇଛି ।

ଅନ୍ୟପଟେ ଅକ୍ଟୋବର ମାସରେ ଇଣ୍ଡିଆନ ସୁପର ଲିଗରେ ଓଡ଼ିଶା ଏଫସି ତାର ମୁକାବିଲା ଆରମ୍ଭ କରିବ। ଏବେ ଭୁବନେଶ୍ୱରରେ ରହି ଦଳ ଅଭ୍ୟାସ ଶିବିର ଜାରି ରଖିଛି । ଏହି କିଟ୍ ଲଞ୍ଚ କାର୍ଯ୍ୟକ୍ରମରେ ଓଡ଼ିଆ ଅଭିନେତା ଶୈଳେନ୍ଦ୍ର, ସ୍ଥାନୀୟ ଫୁଟବଲ୍ ଖେଳାଳି ଶୁଭମ, ଭାରତୀୟ ମହିଳା ଫୁଟବଲ ଦଳର ଖେଳାଳି ପ୍ୟାରୀ ଖାଖା ଏବଂ ଦଳର ଅନ୍ୟ ପ୍ରମୁଖ ଖେଳାଳୀ ଯୋଗ ଦେଇଥିଲେ । ପୂର୍ବରୁ ସାମ୍ବାଦିକ ସମିଳନୀରେ ଦଳ ଆଗାମୀ ସିଜିନ ପାଇଁ ଦଳ ପ୍ରସ୍ତୁତି ସମ୍ପର୍କରେ ମତ ରଖିଥିଲେ ଏବଂ ଅଧିକରୁ ଅଧିକ ଫ୍ୟାନ ବେସ ବନାଇବାକୁ ଫ୍ରାଞ୍ଚାଇଜ ପ୍ରୟାସ କରିବ ବୋଲି ମଧ୍ୟ ସୂଚନା ଦେଇଥିଲେ ।