ଶ୍ରୀଗୁଣ୍ଡିଚା : ଜାଣନ୍ତୁ ରଥଯାତ୍ରାର ସମସ୍ତ ନୀତିକାନ୍ତି ସଂପର୍କରେ…..

74

ଶ୍ରୀଗୁଣ୍ଡିଚାର ଠିକ୍ ପୂର୍ବ ଦିନ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ସମ୍ମୁଖସ୍ଥ ରଥ ଖଳା ଠାରେ ଥିବା ତିନ ରଥ ସୁସଜ୍ଜିତ ପୂର୍ବକ ଶ୍ରୀବିଗ୍ରହମାନଙ୍କ ଆଜ୍ଞାମାଳ ଆସି ଲାଗି ହେବା ପରେ ରଥ ଗୁଡିକ ଅପରାହ୍ନରେ ଟଣା ହୋଇ ସିଂହଦ୍ୱାରଠାରେ ରଖାଯାଇଥାଏ । ଉଲ୍ଲେଖଥାଉ ଯେ, ରଥଖଳାର ପରମ୍ପରା ଅନୁଯାୟୀ ପ୍ରଥମେ ଶ୍ରୀଜଗନ୍ନାଥ, ଶ୍ରୀସୁଭଦ୍ରା ଓ ଶେଷରେ ବଳଭଦ୍ରଙ୍କ ରଥଟଣା ଯାଇଥାଏ ।

ନେତ୍ରୋତ୍ସବ ଦିନ ବିଳମ୍ବିତ ରାତ୍ରରେ ଅଣସର ପିଣ୍ଡିରେ ବିରାଜମାନ କରିଥିବା ଶ୍ରୀବିଗ୍ରହମାନଙ୍କର କେତେକ ଗୁପ୍ତ ନୀତି ଯଥା ବାହୁଟକଂଟ, ସେନାପଟା, ଶୁକ୍ଳ ସସ ଜ ଲାଗି ଇତ୍ୟାଦି କାର୍ଯ୍ୟ ଶେଷ ହୋଇଥାଏ । ଶ୍ରୀଗୁଣ୍ଡିଚା ଦିନ ପ୍ରତ୍ୟୁଷରୁ ଠାକୁରମାନଙ୍କର ମଙ୍ଗଳ ଆଳତୀ ,ମଇଲମ, ଅବକାଶ, ରୋଷ ହୋମ , ସୂର୍ଯ୍ୟ ପୂଜା, ଦ୍ୱାରୁାଳ ପୂଜା , ବେଶ ଇତ୍ୟାଦି ନୀତି ଉକ୍ତ ଦିନର ପାଳିଆ ସେବମାନଙ୍କ ଦ୍ୱାରା ସମାପିତ ହୋଇଥାଏ । ଏହାପରେ ଏକାଠି ଗୋପାଳ ବଲ୍ଲବ ଓ ସକାଳ ଧୂପ (ଖେଚେଡି ଭୋଗ) ପୂଜା ଅନୁଷ୍ଠିତ ହୋଇଥାଏ । ଅପରପକ୍ଷରେ ଶ୍ରୀମନ୍ଦିର ପୁରୋହିତ ଓ ଅନ୍ୟାନ୍ୟ ଶୋତ୍ରୀୟ ବ୍ରାହ୍ମଣମାନଙ୍କ ଦ୍ୱାରା ରଥ ପ୍ରତିଷ୍ଠା କାର୍ଯ୍ୟ ହୋଇଥାଏ । ତତ୍ପରେ ଠାକୁରମାନଙ୍କ ମନମୁଗ୍ଧକର ପହଣ୍ଡି ନୀତି ଅନୁଷ୍ଠିତ ହେବା ପୂର୍ବରୁ ବିଜେ କାହାଳି ବାଜି ମଙ୍ଗଳାର୍ପଣ ନୀତି ବଢିଥାଏ ।

ପହଣ୍ଡି ସମୟରେ ପ୍ରଥମେ ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀଜଗନ୍ନାଥ ଧାଡି କି ଧାଡି ପହଣ୍ଡି ବିଜେ ହୋଇଥାନ୍ତି । ଜଗମୋହବଠାରେ ଘଂଟ, ପଖାଉଜ ଇତ୍ୟାଦି ବାଦ୍ୟ ବାଜିଥାଏ । ବିଭିନ୍ନ ମଠର ମଠାଧୀଶ, ବ୍ୟକ୍ତି ବିଶେଷମାନ ଚାମର, ଆଲଟ ସେବା କରିବା ସହିତ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ ହୋଇଥାଏ । ପହଣ୍ଡି ଦେଖିବା ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ପହଣ୍ଡି ଦିର୍ଶନ ଟିକେଟ ବିକ୍ରୟ କରାଯାଇ ଦର୍ଶନାର୍ଥୀମାନଙ୍କୁ ମନନ୍ଦିର ପରସରକୁ ଆସିବା ନିମନ୍ତେ ଅନୁମତି ପ୍ରଦାନ କରାଯାଇଥାଏ । ଠାକୁରମାନେ ଜଗମୋହନର ସାତ ପାହାଚ ଉପରେ ପହଂଚିବା କ୍ଷଣି ରାଘବ ଦାସ ମଠ ପ୍ରଦତ୍ତ ଟାହିୟା ଶ୍ରୀମସ୍ତକରେ ଲଗାଯାଇଥାଏ । ପହଣ୍ଡି ସମୟରେ ବେହେରା ଖୁଣ୍ଟିଆ ମଣିମା ଡାକ ଦେଇଥାନ୍ତି ।

ସମଗ୍ର ବଡ ଦେଉଳ ଓ ସିଂହଦ୍ୱାର ଅଂଚଳ ହୁଳହୁଳି, ହରିବୋଲ, ଜୟ ଜଗନ୍ନାଥ ଶଦ୍ଦରେ ପ୍ରକମ୍ପିତ ହୋଇଥାଏ । ଶ୍ରୀବିଗ୍ରହମାନେ ରଥାରୁଢ ହେବା ପରେ ପୁଷ୍ପମାଳ ମହାଜନମାନେ ଶ୍ରୀମଦନମୋହନଙ୍କୁ ନନ୍ଦିଘୋଷ ରଥରେ ଏବଂ ରାମ, କୃଷ୍ପ ବିଗ୍ରହଙ୍କୁ ତାଳଧ୍ୱଜ ରଥ ଉପରେ ଅଧିଷ୍ଠିତ କରାଇଥାନ୍ତି । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରର ଘସା (ତେଲେଙ୍ଗି) କାହାଳି ବାଦ୍ୟ ସହ ବଣିଆ ସେବକମାନଙ୍କଠାରୁ ଶୋଲ ଚିତା ତିନୋଟି ଅଣାଯ୍ଧବ ସିଂହଦ୍ୱାର ସଂଲଗ୍ନ ଛାଉଣୀ ମଠରେ ରଖ।।ଇଥାଏ । ରଥ ଉପରକୁ ରୁନ୍ଧା ଓ ମାଳପଫୁଲ, ବେଶ, ଶୋଲ ଚିତା ଲାଗି ଇତ୍ୟାଦି ନୀତି ବଢିବା ସଙ୍ଗେ ସଙ୍ଗେ ଗୋବର୍ଧନ ପୀଠର ଜଗତରଗୁରୁ ଶଙ୍କରାଚାର୍ଯ୍ୟ ତିନି ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଥାନ୍ତି । ଏହାପରେ ପାରମ୍ପରିକ ରୀତିରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହଂରା ନୀତି ସମାହିତ ହୋଇଥାଏ । ଏଥି ପୂର୍ବରୁ ଶ୍ରୀବିଗ୍ରହଙ୍କ ନୀତି ପାଇଁ ଆବଶ୍ୟକ ଥିବା ଦୈନନ୍ଦିନ ସାଜ ବସ୍ତ୍ର ଓ ଅନ୍ୟାନ୍ୟ ଜିନିଷ ଥିବା ସିନ୍ଦୁକକୁ କୋଠ ସୁଆଁସିଆ ସେବକମାନେ ରଥ ଉପରକୁ ଆଣି ରଖିଥାନ୍ତି । ଛେରାପହଁରା ନୀତି ଶେଷ ହେବା ପରେ ରଥରେ ସାରଥୀଙ୍କୁ ଅଧିଷ୍ଠିତ କରାଯାଏ । ରଥରୁ ଚାରମାର ଖୋଲାଯିବା ପରେ ଘୋଡା ବନ୍ଧାଯାଏ । ଏହି କାର୍ଯ୍ୟକ୍ରମ ସରିବା ପରେ ରଥରେ ଦଉଡି ଲଗାଯାଇ ରଥଟଣା ଯାଇଥାଏ ।