ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା: ଗୁରୁବାର ଲାଗି ହୁଏ ସ୍ୱତନ୍ତ୍ର ଶଙ୍କୁଡି ଭୋଗ

96

କନକ ବ୍ୟୁରୋ: ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଅନ୍ୟ ଏକ ବିଶେଷତ୍ୱ ଗୁରୁବାର ଅପରାହ୍ଣରେ ଲାଗି ହେଉଥିବା ସଙ୍କୁଡି ଭୋଗ । ୩୮ଟି ମଣ୍ଡପରେ ଏହି ଭୋଗର ବିଶେଷ ଆୟୋଜନ ହୋଇଥାଏ । ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ପ୍ରତିକାତ୍ମକ ଭାବରେ ଭୋଗ ଲାଗି କରାଯାଇଛି ।

ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଢେଙ୍କାନାଳ ସହରକୁ ଏକ ଭିନ୍ନ ରୂପ ଦେଇଛି । ପୂଜାକୁ ନେଇ ସହରବାସୀ ଉତ୍ସାହ ମନାଉଛନ୍ତି । କୋଭିଡ କଟକଣା ମହାମାୟୀ ମହାଲକ୍ଷ୍ମୀ ଏବଂ ଭକ୍ତଙ୍କ ମଧ୍ୟରେ ଅନ୍ତର ସୃଷ୍ଟି କରିଛି । ଗୁରୁବାର ଅପରାହ୍ଣରେ ମାଆଙ୍କ ପାଖରେ ଶଙ୍କୁଡି ଭୋଗ ଲାଗି କରାଯାଇଛି । ଅରୁଆ ଅନ୍ନ, ମିଠା ଖେଚୁଡି, ଡାଲମା, ଖଟା, ଶାଗ, ପାସ ଆଦି ବ୍ୟଂଜନ ସ୍ୱତନ୍ତ୍ର ଭାବେ ତିଆରି କରି ଲାଗି ହୁଏ । କେତେକ ମଣ୍ଡପରେ ଦହି ପଖାଳ ଭୋଗ ହୋଇଥାଏ ।

ପ୍ରତିଦିନ ଅପରାହ୍ଣରେ ମାଆଙ୍କ ପାଖରେ ଶଖୁଂଡି ଭୋଗ ହୋଇଥାଏ । କିନ୍ତୁ ଗୁରୁବାର ଶଖୁଂଡି ଭୋଗ ଟିକେ ଭିନ୍ନ । ଗୁରୁବାର ଲାଗୁଥିବା ଭୋଗକୁ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ବଂଟା ଯାଏ । ୭୬ ବର୍ଷ ହେଲା ଏହି ପରମ୍ପରା ଜାରି ରହିଛି । ହେଲେ କରୋନା କଟକଣା ୨ ବର୍ଷ ହେଲା ଏହି ପରମ୍ପରାରେ ବ୍ରେକ ଲଗାଇ ଦେଇଛି ।

ଗୁରୁବାରର ଶଙ୍କୁଡି ଭୋଗ ପାଇବା ପାଇଁ ବିଭିନ୍ନ ମଣ୍ଡପରେ ସହରବାସୀଙ୍କ ଭିଡ ଲାଗିଥାଏ । ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ହୋଇଛି । ଶଙ୍କୁଡି ଭୋଗ ପାଇବାରୁ ଲୋକେ ବଂଚିତ ହୋଇଛନ୍ତି ।