ଅଗସ୍ତ୍ୟରେ ଅନନ୍ୟା

98

ଇଣ୍ଡିଆନ୍ ଆଇଡଲ୍ ଜୁନିୟରର ବିଜେତା ଅନନ୍ୟା ଶ୍ରୀତମ ନନ୍ଦ । ଗତବର୍ଷ ସାରା ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଅନନ୍ୟା ହାସଲ କରିଥିଲେ ଏହି ସଫଳତା । ଆଉ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଅନନ୍ୟାଙ୍କ ସ୍ୱର ଶୁଣିବାକୁ ମିଳିଛି । ଆଗାମୀ ରଜରେ ମୁକ୍ତିଲାଭ ଅପେକ୍ଷାରେ ଥିବା ଫିଲ୍ମ ଅଗସ୍ତ୍ୟାର ୫ଟି ଗୀତରୁ ୩ଟି ଗୀତରେ ପ୍ରଥମ ଥର ପାଇଁ ଅନନ୍ୟାଙ୍କ ସ୍ୱର ଶୁଣିବାକୁ ମିଳିବ । ଏଥିରେ ଅଭିନେତ୍ରୀ ଝିଲିକଙ୍କ ଅଭିନୀତ ସମସ୍ତ ଗୀତରେ ଅନନ୍ୟା ଗୀତ ଗାଇଛନ୍ତି । ଏହାକୁ ନେଇ ସ୍ପେଶାଲ୍ ରିପୋର୍ଟ ଅଗସ୍ତ୍ୟରେ ଅନନ୍ୟା

ananya in film agstya

ରଜରେ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ଅଗସ୍ତ୍ୟ । ଏଥିରେ ୫ଟି ଗୀତ ଥିବାବେଳେ ଅନନ୍ୟା ଗାଇଛନ୍ତି ୩ଟି ଗୀତ । ପ୍ରଥମଟି ହେଉଛି “ଧିରେ ଧିରେ ଭଲପାଇଗଲି...”। ଏହି ଗୀତଟି ବର୍ତମାନ ଲୋକପ୍ରିୟ ହେବାରେ ଲାଗିଛି । କିଛି ଦିନ ତଳେ ୟୁଟ୍ୟୁବରେ ଆସିଥିବା ଏହି ଗୀତକୁ ବର୍ତମାନ ଦେଢ ଲକ୍ଷରୁ ଅଧିକ ଥର ଦେଖିଲେଣି ଲୋକେ । ଦିନକୁ ଦିନ ବଢୁଛି ଦର୍ଶକଙ୍କ ସଂଖ୍ୟା । ସମସ୍ତେ ଭାବୁଛନ୍ତି ଏହି ସ୍ୱରଟି କାହାର । ଓଡିଆ ସଂଗୀତ ଜଗତରେ ପ୍ରବଳ ମାତ୍ରାରେ ପ୍ରସାରିତ ହୋଇପାରିଛି ଏହି ଗୀତ । ଏହାସହ ଏହି ଫିଲ୍ମର ଟିପିଟିପି ..ଓ ରାମାରାମା ..ଗୀତ ମଧ୍ୟ ଦର୍ଶକ ପସନ୍ଦ କରିଛନ୍ତି ।  ପ୍ରଥମ କରି ଓଡିଆ ଫିଲ୍ମରେ କଣ୍ଠ ଦାନ କରି ଅନନ୍ୟା ବେଶ୍ ଉତ୍ସାହିତ ଅଛନ୍ତି  । ଅନନ୍ୟା ବି ବେଶ୍ ଗାୟିକୀ ଢଂଗରେ ଗାଇଥିଲେ ଏସବୁ ଗୀତକୁ ।

ananya-agastyaଗୀତଗୁଡିକରେ କଣ୍ଠଦାନ କରିବା ପାଇଁ ଖୋଜା ଚାଲିଥିଲା କଣ୍ଠ ଶିଳ୍ପୀ । ଏତିକି ବେଳେ ନଜରକୁ ଆସିଥିଲେ ଅନନ୍ୟା । ଏହି ଗୀତଗୁଡିକର ସଂଗୀତ ନିର୍ଦେଶକ ପ୍ରେମାନନ୍ଦ ଚାହିଁଥିଲେ ଅନନ୍ୟାଙ୍କ କଣ୍ଠରେ ଗୋଟିଏ ମାତ୍ର ଗୀତ ରେକର୍ଡ କରିବା ପାଇଁ । କିନ୍ତୁ ପରବର୍ତୀ ସମୟରେ ଅନନ୍ୟାଙ୍କ ସୁମଧୁର କଣ୍ଠର ଯାଦୁ ବିମୋହିତ କରିଥିଲା ପ୍ରେମାନନ୍ଦଙ୍କୁ । ଏବଂ ଅନନ୍ୟାଙ୍କୁ ମିଳିଥିଲା ୩ଟି ଗୀତ ।