ଅଜବ ନିଶା ! ଚାଲି ଚାଲି ଯୁବତୀ କରୁଛନ୍ତି ବିଶ୍ୱ ଭ୍ରମଣ

30

ଏ ଦୁନିଆଁରେ ଅନେକ ଲୋକ ସେମାନଙ୍କର ଚିନ୍ତା ଓ ଚେତନାରେ ଭିନ୍ନ ଭିନ୍ନ ପ୍ରକାରର । କିଛି ଲୋକ ଅଛନ୍ତି କିଛି ଅଲଗା କାମ କରି ସ୍ୱତନ୍ତ ପରିଚୟ ସୃଷ୍ଟି କରିଥାନ୍ତି । ସେମାନଙ୍କ ମଧ୍ୟରୁ ୩୬ ବର୍ଷୀୟା ଆଂଜେଲା ମ୍ୟାକ୍ସୱେଲ୍ ଜଣେ । ପାଦରେ ଚାଲି ଚାଲି ବିଶ୍ୱ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଲକ୍ଷ୍ୟରେ ଗତ ୩ବର୍ଷ ହେଲା ୧୦ହଜାର କିମି ବୁଲି ସାରିଛନ୍ତି । ଓରେଗାଓଁର ବାସିନ୍ଦା ଆଂଜେଲା ଥରେ ଆର୍ଟ କ୍ଲାସରେ ଥିବାବେଳେ ଶୁଣିଥିଲେ ଯେ ଜଣେ ବ୍ୟକ୍ତି ଚାଲି ଚାଲି ବିଶ୍ୱ ଭ୍ରମଣ କରିଥିଲେ । ସେତେବେଳେ ସେ ଭାବିଥିଲେ ଏହା କଷ୍ଟକର ହୋଇଥିଲେ ବି ନିଶ୍ଚିତ ଭାବେ ମଜାଦାର ଅଭିଜ୍ଞତା ହେବ । ଏହାର ଅନେକ ବର୍ଷ ପରେ ସେ ଚାଲି ଚାଲି ବିଶ୍ୱ ଭ୍ରମଣରେ ବାହାରିଥିଲେ । ଗତ ୩ ବର୍ଷ ମଧ୍ୟରେ ଆଂଜେଲା ଅଷ୍ଟ୍ରେଲିଆ ,ନ୍ୟୁଜିଲାଣ୍ଡ, ମଙ୍ଗୋଲିଆ ,ଭିଏତନାମ୍, ସ୍କଙ୍କଲ୍ୟାଣ୍ଡ ଆଦି ୯ଟି ଦେଶ ଭ୍ରମଣ କରି ସାରିଲେଣି ।

୩ବର୍ଷ ପୂର୍ବେ ସେ ଅଷ୍ଟ୍ରେଲିଆରୁ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ । ଅଷ୍ଟ୍ରେଲିଆରେ ସେ ପର୍ଥରୁ କାଲୁମ୍ବୁରୁ ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଯାଇଥିଲେ । ପଶ୍ଚିମ ଅଷ୍ଟ୍ରେଲିଆର କିମ୍ବରରେ ଚାଲିବା ତାଙ୍କ ପାଇଁ ସବୁଠୁ କଷ୍ଟକର ଥିଲା । କିନ୍ତୁ ଏହା ତାଙ୍କର ସବୁଠୁ ପ୍ରିୟ ସ୍ଥାନ ବୋଲି ଆଂଜେଲା କହନ୍ତି । ଦିନକୁ ଆଂଜେଲା ୩୦ ରୁ ୪୦ କିଲୋମିଟର ଯାତ୍ରା କରନ୍ତି । ଥରେ ତାଙ୍କୁ ହିଟ୍ ଷ୍ଟ୍ରୋକ୍ ମଧ୍ୟ ହୋଇଯାଇଥିଲା । ଖରାରେ ତାଙ୍କ ଶରୀରରେ ଫୋଟକା ପରି ବାହାରି ପଡିଥିଲା । ଦିନକୁ ସେ ମାତ୍ର ୫ ଡଲାର ଖର୍ଚ୍ଚ କରନ୍ତି । ଯାତ୍ରାରେ ବାହାରିବା ପୂର୍ବରୁ ଆଂଜେଲା ତାଙ୍କର ସବୁକିଛି ବିକ୍ରିି କରି ଯେତିକି ଟଙ୍କା ଯୋଗାଡ଼ କରିଥିଲେ ସେତିକିରେ ସେତିକିକୁ ସେ ହିସାବରେ ଖର୍ଚ୍ଚ କରିଥାନ୍ତି । କେବଳ ଓଟମିଲ୍ , ନୁଡୁଲ୍ସ ଓ ଲୋକଙ୍କ ଦାନରେ ସେ ବଂଚନ୍ତି ।