କଂଗ୍ରେସରେ ଫାଟ ଭିତରେ ଦଳୀୟ ନେତାଙ୍କୁ ସୋନିଆ ଗାନ୍ଧୀଙ୍କ ଆହ୍ୱାନ । କଂଗ୍ରେସର ସଂସଦୀୟ ଦଳ ବୈଠକରେ ଦଳକୁ ମଜବୁତ କରିବାକୁ ଦେଲେ ମନ୍ତ୍ରଣା ।

114

କନକ ବ୍ୟୁରୋ: ପାର୍ଟିକୁ ମଜବୁତ କରିବା ପାଇଁ ମନ୍ତ୍ରଣା ଦେଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସଂସଦ ଭବନରେ ଆଜି କଂଗ୍ରେସର ସଂସଦୀୟ ଦଳର ବୈଠକରେ ସୋନିଆ ଗାନ୍ଧୀ ସମ୍ଭୋଧିତ କରିଛନ୍ତି । ପାର୍ଟିକୁ ମଜବୁତ କରିବା ପାଇଁ ସୋନିଆ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି । ସେହିପରି କଂଗ୍ରେସ ନେତାମାନେ ନିଜ ନିଜ ମଧ୍ୟରେ ମତଭେଦ ଭୁଲି ପାର୍ଟିକୁ ମଜବୁତ କରିବା ଦିଗରେ କାମ କରିବା ପାଇଁ କଂଗ୍ରେସ ନେତ୍ରୀ କହିଛନ୍ତି । ସେହିପରି ଦେଶ ପାଇଁ କଂଗ୍ରେସ ଜରୁରୀ ବୋଲି ମଧ୍ୟ ସୋନିଆ ଗାନ୍ଧୀ ବୟାନ ଦେଇଛନ୍ତି । ବିଜେପି ବିଭାଜନକାରୀ ନୀତି ଚଳାଉଛି । କଂଗ୍ରେସ ନେତା ମାନେ ଦରବୃଦ୍ଧି ପ୍ରସଙ୍ଗରେ ଜୋରଦାର ସ୍ୱର ଉତ୍ତୋଳନ କରିବା ପାଇଁ କଂଗ୍ରେସ ନେତୃତ୍ୱଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସୋନିଆ । ସେହିପରି ବହୁତ ଜଲଦି ସିଡବ୍ଲୁସି ମିଟିଂ ଡକାଯିବା ନେଇ ମଧ୍ୟ ଆଭାସ ଦେଇଛନ୍ତି କଂଗ୍ରେସ ନେତ୍ରୀ ।