ଏପ୍ରିଲ ୧୦ତାରିଖରୁ ସମସ୍ତଙ୍କୁ ମିଳିବ ବୁଷ୍ଟର ଡୋଜ୍ । ଘରୋଇ ଟିକା କେନ୍ଦ୍ରରେ ଟଙ୍କା ଦେଇ ନେଇପାରିବେ ତୃତୀୟ ଡୋଜ୍ କରୋନା ଟିକା ।

611

କନକ ବ୍ୟୁରୋ : ଏବେ ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କ ନେଇପାରିବେ ବୁଷ୍ଟର ଡୋଜ୍ । ଏପ୍ରିଲ ୧୦ ଅର୍ଥାତ୍ ରବିବାର ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ଘରୋଇ ଟିକାକେନ୍ଦ୍ରରେ ମିଳିବ ବୁଷ୍ଟର ଡୋଜ୍, ହେଲେ ଏହା ମାଗଣାରେ ମିଳିବ ନାହିଁ । ଯେଉଁମାନେ ୧୮ ବର୍ଷରୁ ଉଦ୍ଧ୍ୱର୍ ହୋଇଥିବେ ଏବଂ ଦ୍ୱିତୀୟ ଡୋଜ୍ ଟିକା ନେବାର ୯ ମାସ ପୂର୍ଣ୍ଣ ହୋଇଥିବ, ସେମାନେ ବୁଷ୍ଟର ଡୋଜ୍ ନେଇପାରିବେ ବୋଲି ଟ୍ୱିଟ୍ କରି ଜଣାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

ଘରୋଇ ଟିକାକେନ୍ଦ୍ରରେ ମିଳିବ ବୁଷ୍ଟର ଡୋଜ୍ । ରବିବାରଠାରୁ ନେଇହେବ ତୃତୀୟ ଡୋଜ୍ କରୋନା ଟିକା । ୧୮ ବର୍ଷରୁ ଅଧିକ ସମସ୍ତେ ନେଇପାରିବେ ଟିକା । ସ୍ୱାସ୍ଥ୍ୟ କର୍ମୀ, ଆଗଧାଡ଼ିର କରୋନା ଯୋଦ୍ଧା ଏବଂ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ଦିଆଯିବା ପରେ ଏବେ ସମସ୍ତଙ୍କୁ ତୃତୀୟ ଡୋଜ୍ ଟିକା ନେବା ପାଇଁ ଅନୁମତି ମିଳିଛି । ଯେଉଁମାନେ ୧୮ ବର୍ଷରୁ ଉଦ୍ଧ୍ୱର୍ ହୋଇଥିବେ ଏବଂ ଦ୍ୱିତୀୟ ଡୋଜ୍ ଟିକା ନେବାର ୯ ମାସ ପୂର୍ଣ୍ଣ ହୋଇଥିବ, ସେମାନେ ବୁଷ୍ଟର ଡୋଜ୍ ନେଇପାରିବେ ବୋଲି ଟ୍ୱିଟ୍ କରି ଜଣାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ୧୦ ତାରିଖରୁ ଘରୋଇ ହସ୍ପିଟାଲ ବା ଟିକାକେନ୍ଦ୍ରରେ ଏହି ଟିକାକରଣ ଚାଲିବ ।

ଘରୋଇ କେନ୍ଦ୍ରରେ ମାଗଣାରେ ମିଳିବନି ବୁଷ୍ଟର ଡୋଜ୍ । କରୋନା ଟିକା ପାଇଁ ଦେବାକୁ ପଡିବ ଟଙ୍କା । ପ୍ରଥମ ଦୁଇ ଡୋଜ୍ ଟିକା ସମସ୍ତଙ୍କୁ ମାଗଣା ଦିଆଯାଇଥିଲା । ଏପରିକି ସ୍ୱାସ୍ଥ୍ୟ କର୍ମୀ ଓ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜ୍ ଦିଆଯାଉଛି । ତାହା ଜାରି ରହିବ । କିନ୍ତୁ ଯେଉଁମାନେ ଘରୋଇ ଟିକାକେନ୍ଦ୍ରରେ ବୁଷ୍ଟର ଡୋଜ୍ ନେବେ, ସେମାନଙ୍କୁ ଗଣିବାକୁ ପଡ଼ିବ ଟଙ୍କା । ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି, ରିହାତି ଦରରେ ୬୦୦ ଟଙ୍କାରେ ଘରୋଇ ଟିକାକେନ୍ଦ୍ରରେ କୋଭିସିଲ୍ଡ ଟିକା ଦିଆଯିବ । ଅନ୍ୟ ଟିକା କେତେ ଟଙ୍କାରେ ଦିଆଯିବ ଚୂଡ଼ାନ୍ତ ହୋଇନାହିଁ । ତେବେ ଟିକା ଦେବା ପାଇଁ ଘରୋଇ ହସ୍ପିଟାଲ୍ ୧୫୦ ଟଙ୍କା ନେଇପାରନ୍ତି ।