ଗୁଣୁପୁର ପୌରପରିଷଦରେ ରୋଚକ ରାଜନୀତି । ପୌରାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ ସ୍ତ୍ରୀ, ଉପାଧ୍ୟକ୍ଷ ହେଲେ ସ୍ୱାମୀ । 

391

କନକ ବ୍ୟୁରୋ : ସ୍ତ୍ରୀ ଅଧ୍ୟକ୍ଷା, ସ୍ୱାମୀ ଉପାଧ୍ୟକ୍ଷ । ଏମିତି ରୋଚକ ରାଜନୀତି ଦେଖିବାକୁ ମିଳିଛି ଗୁଣୁପୁର ପୌର ପରିଷଦରେ । ସ୍ୱାଧୀନ ଭାବେ ଲଢି ମମତା ଗୌଡ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାବେଳେ ଉପାଧ୍ୟକ୍ଷ ନିର୍ବାଚନରେ ବାଜିମାତ କରିଛନ୍ତି ମମତାଙ୍କ ସ୍ୱାମୀ ଶିବ ପ୍ରସାଦ ।

ଗୁଣୁପୁର ପୌରପରିଷଦରେ ରୋଚକ ରାଜନୀତି । ସ୍ତ୍ରୀ ଅଧ୍ୟକ୍ଷା, ସ୍ୱାମୀ ଉପାଧ୍ୟକ୍ଷ । ମମତା ଗୌଡ, ଅଧ୍ୟକ୍ଷା । ଶିବପ୍ରସାଦ ଗୌଡ, ଉପାଧ୍ୟକ୍ଷ । ଏବେ ଏହି ଗୌଡ ପରିବାର କବଜାରେ ଗୁଣୁପୁର ମୁନିସିପାଲଟି । ସ୍ୱାଧୀନ ଭାବେ ଏହି ପରିବାର ଲଢି ଗୁଣୁପୁର ରାଜନୀତିରେ କମାଲ ଦେଖାଇଛନ୍ତି ମମତା ଗୌଡ ଓ ଶିବପ୍ରସାଦ ଗୌଡ । ବିଜେଡିକୁ ଚକମା ଦେଇ ସ୍ୱାଧୀନ ଭାବେ ଲଢି ମମତା ଗୌଡ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାବେଳେ ଉପାଧ୍ୟକ୍ଷ ନିର୍ବାଚନରେ ବି ବାଜିମାତ କରିଛନ୍ତି ମମତାଙ୍କ ସ୍ୱାମୀ ତଥା ସ୍ୱାଧୀନ ପ୍ରାର୍ଥୀ ଶିବ ପ୍ରସାଦ । ନିର୍ବାଚନରେ ଏକମାତ୍ର ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଥିଲେ । ଉପାଧ୍ୟକ୍ଷ ନିର୍ବାଚନରେ କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିନଥିଲେ ।

୧୯ ୱାର୍ଡକୁ ନେଇ ଗଠିତ ଗୁଣୁପୁର ମୁନିସିପାଲଟିରେ ଶିବପ୍ରସାଦ ଗୌଡଙ୍କ ସମର୍ଥିତ ପ୍ରାର୍ଥୀ ୧୧ଟି ୱାର୍ଡରେ ବିଜୟୀ ହୋଇଛନ୍ତି । ନିଜେ ଶିବପ୍ରସାଦ ୬ ନମ୍ବର ୱାର୍ଡରୁ ଜିତିଥିଲେ । ବିଜେଡି ପାଇଥିଲା ୮ଟି ୱାର୍ଡ । ଏହା ବିଜେଡିର ସମସ୍ତ ରଣନୀତିକୁ ଫିକା କରି ଶିବପ୍ରସାଦ ଗୌଡ, ମମତାଙ୍କୁ ଅଧ୍ୟକ୍ଷା ଭାବେ ବିଜୟୀ କରିବାରେ ପ୍ରମୁଖ ଭୂମିକା ନେଇଥିଲେ ।

୨୦୦୮ରୁ ୨୦୧୩ ଯାଏଁ  ଗୁଣୁପୁର ଏନଏସିର ଅଧ୍ୟକ୍ଷ ଥିଲେ ଶିବପ୍ରସାଦ । ତେବେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଗତ ସାଧାରଣ ନିର୍ବାଚନବେଳେ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ଏବେ ସ୍ୱାଧୀନ ଭାବେ ଲଢି ଶିବ ନିଜେ ଲଢିବା ସହ ନିଜ ପ୍ରାର୍ଥୀଙ୍କୁ ଜିତାଇଛନ୍ତି ।