ସିଙ୍ଗାପୁରରେ ଭାରତୀୟ ବଂଶୋଦ୍ଭବଙ୍କୁ ଫାଶୀଦଣ୍ଡ, ଡ୍ରଗ୍ସ ତସ୍କରୀ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ତଙ୍ଗାରାଜୁୁ ସୁପିୟାହା

342

କନକ ବ୍ୟୁରୋ : ଗଂଜେଇ ଚୋରା ଚାଲାଣରେ ଦୋଷୀକୁ ଫାଶୀ ଦଣ୍ଡ । ଗଂଜେଇ ଚୋରା ଚାଲାଣ ମାମଲାରେ ଫାଶୀ ଦଣ୍ଡ ମିଳିବା କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଆଉ ଏହି ଫାଶୀଦଣ୍ଡ ଜଣେ ଭାରତୀୟ ବଶୋଭବଙ୍କୁ ସିଙ୍ଗାପୁର ସରକାର ଦେଇଛନ୍ତି । ସିଙ୍ଗାପୁର ସରକାରଙ୍କ ଏହି ଦଣ୍ଡ ଘୋଷଣା ପରେ ସବୁଠି ଏହାକୁ ନେଇ ଚର୍ଚ୍ଚା ହେଉଛି । ଫାଶୀ ପାଇଥିବା ବ୍ୟକ୍ତି ଜଣକ ୪୬ ବର୍ଷୀୟ ତଙ୍ଗାରାଜୁ ସୁପିହା । ପ୍ରାୟ ୧ କିଲୋଗ୍ରାମରୁ ଅଧିକ ଗଂଜେଇ ଚୋରା ଚାଲାଣରେ ଧରାପଡ଼ିଥିଲେ ତଙ୍ଗାରାଜୁ । ଏହି ଭାରତୀୟ ବଶୋଭବଙ୍କୁ ସିଙ୍ଗାପୁରର ଚାଙ୍ଗି ଜେଲ ପରିସରରେ ବୁଧବାର ଫାସିଦିଆଯାଇଛି । ୨୦୧୭ ମସିହାରେ ସେ ଗଂଜେଇ ଚୋରା ଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୨୦୧୮ ମସିହାରେ ତାଙ୍କୁ ଏହି ଘଟଣାରେ ଫାଶୀ ଦଣ୍ଡ ଘୋଷଣା କରାଯାଇଥିଲା । ଏହି ଦଣ୍ଡକୁ କୋହଳ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହାକୁ କୋହଳ କରାଯାଇ ନଥିଲା । । ତେବେ ସୂଚନା ଅନୁଯାୟୀ, ସିଙ୍ଗାପୁରରେ ଦୃଢ଼ ଆଇନ ବ୍ୟବସ୍ଥା ଥିବାବେଳେ ବେଆଇନ ନିଶା କାରବାରକୁ ନେଇ ମୃତ୍ୟୁ ଦଣ୍ଡ ରହିଛି । ବିଭିନ୍ନ ଆଡ଼ୁ ଏପରି ନିୟମକୁ କୋହଳ କରିବାକୁ ଦାବି କରାଯାଇଛି ।