ରୋଚକ ରାଜନେତା ପ୍ରକାଶ ସିଂ ବାଦଲ । ୧୦ଥର ବିଧାୟକ, ୫ଥର ଥିଲେ ମୁଖ୍ୟମନ୍ତ୍ରୀ

432

କନକ ବ୍ୟୁରୋ : ପ୍ରକାଶ ସିଂ ବାଦଲ । ପଂଜାବର ଜଣେ ଏମିତି ଚେହେରା ଥିଲେ ଯିଏକି ନିଜ ନାଁରେ ଯେତିକି ରେକର୍ଡ ଯୋଡିଥିଲେ ସେତିକ ମଜବୁଜ ରାଜନୈ÷ତିକ କ୍ୟାରିୟର ବନାଇପାରିଥିଲେ । ଥରେ କି ଦୁଇ ଥର ନୁହେଁ ପାଂଚ ପାଂଚ ଥର ପଂଜାବର ମୁଖ୍ୟମନ୍ତ୍ରୀ ଓ ୧୦ ଥର ବିଧାୟକ ହୋଇଥିଲେ ପ୍ରକାଶ ସିଂ ବାଧଲ । ପଂଜାବ ରାଜନୀତିର ସେ ବାଦଶାହ ଭାବେ ଜଣାଶୁଣା ଥିଲେ । ତାଙ୍କର ଏହି ଯାତ୍ରା ଯେତିକି କଠିନ ଥିଲା ସେତିକି ରୋମାଂଚଭରା ମଧ୍ୟ ରହିଥିଲା । ୧୯୨୭ ମସିହାରେ ଏକ ଚାଷୀ ପରିବାରରେ ପ୍ରକାଶ ସିଂ ବାଦଲଙ୍କ ଜନ୍ମ ହୋଇଥିଲେ । ଦେଶ ସ୍ୱାଧୀନ ହେବା ପୂର୍ବରୁ ଲାହୋରରେ ପାଠପଡା ଶେଷ କରିଥିଲେ । ସବୁଠୁ କମ ବୟସ୍କ ପ୍ରାର୍ଥୀା ଭାବେ ପ୍ରଥମେ ସରପଂଚ ନିର୍ବାଚନ ଲଢି ଜିତିିବାର ରେକର୍ଡ ତାଙ୍କ ନାଁରେ ରହିଛି । ପରେ ୧୯୪୭ ପ୍ରକାଶ ସିଂ ନିଜର ରାଜନୀତି ଜୀବନ ଆରମ୍ଭ କରିଥିଲେ । । ୧୯୭୦, ୧୯୭୭, ୨୦୦୨, ୨୦୦୭ ଓ ୨୦୧୩ ମସିହାରେ ଲଗାତାର ୫ବଥର ପଂଜାବ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲ । ପ୍ରକାଶ ସିଂ ବାଦଲଙ୍କ ନାଁରେ ଅନେକ ରେକର୍ଡ ରହିଛି ।

ସରପଞ୍ଚରୁ ମୁଖ୍ୟମନ୍ତ୍ରୀ
• ସବୁଠୁ କମବୟସ୍କ ପ୍ରାର୍ଥୀ ଭାବେ ଲଢି ସରପଂଚ ନିର୍ବାଚନ ଜିତିଥିଲେ
• ୧୯୭୦ରେ ପଂଜାବର ସବୁଠୁ କମ ବୟସ୍କ ମୁଖ୍ୟମନ୍ତ୍ରୀ ହୋଇଥିଲେ
• ୨୦୧୨ ମସିହାରେ ସବୁଠୁ ବୟସ୍କ ମୁଖ୍ୟମନ୍ତ୍ରୀ ହୋଇଥିଲେ
• ୨୦୨୨ ମସିହାରେ ସବୁଠୁ ବୟସ୍କ ପ୍ରାର୍ଥୀ ହୋଇ ପଂଜାବ ବିଧାନସଭା ନିର୍ବାଚନ ଲଢିଥିଲେ
• ସବୁଠୁ ଅଧିକ ସମୟ ଧରି ପଂଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ
• ୧୦ ଥର ବିଧାୟକ ଓ ୫ଥର ପଂଜାବର ମୁଖ୍ୟମନ୍ତ୍ରୀ ଥିଲେ
• ରାଜନୀତିର ସବୁଠୁ ସଫଳ ରାଜନେତା ଭାବେ ଜଣାଶୁଣା ଥିଲେ

ପଂଜାବ ରାଜ୍ୟରାଜନୀତିରେ ତାଙ୍କର ଏକ ଏଭଳି ଛାପ ରହିଛି ଯାହା ଇତିହାସରେ ସବୁଦିନ ପାଇଁ ଲିପବଦ୍ଧ ହୋଇ ରହିବ । ତାଙ୍କ ବିୟୋଗ କେବଳ ପଂଜାବ ରାଜନୀତି ନୁହେଁ ଜାତୀୟ ରାଜନୀତିର ଏକ ଅପୂରଣୀୟ ସ୍ଥାନ ସୃଷ୍ଟି କରିଛି ।