ଚିଟଫଣ୍ଡ ଠକ କେମିତି ପାଇଲେ ଭିଆଇପି ପାସ ? ବାରବାଟୀ ଭିଆଇପି ଗ୍ୟାଲେରୀରେ ବସି ମ୍ୟାଚ ଦେଖିଲେ ଶୁଭଙ୍କର । ପାସ ଦେଇଥିବା ଅଜ୍ଞାତ ବ୍ୟକ୍ତି କିଏ ?

41

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଚିଟଫଣ୍ଡ ଠକେଇର ମିଡିଲମ୍ୟାନ ଶୁଭଙ୍କର ନାୟକ । ଚିଟଫଣ୍ଡ କେଳେଙ୍କାରୀରେ ଚର୍ଚ୍ଚାକୁ ଆସିଥିବା ଶୁଭଙ୍କର ନାୟକଙ୍କୁ ଗତକାଲି ବାରବାଟୀରେ ଖେଳାଯାଇଥିବା ଭାରତ-ଶ୍ରୀଲଙ୍କା ଟି-ଟ୍ୱେଂଟି ମ୍ୟାଚ ବେଳେ ଭିଭିଆଇ ବକ୍ସରେ ଦେଖିବାକୁ ମିଳିଥିଲା । ବିସିସିଆଇର ଭିଭିଆଇପିଙ୍କ ପାଇଁ ଉଦ୍ଧିଷ୍ଟ ବକ୍ସରେ ବସି ମ୍ୟାଚ ଦେଖିଥିଲେ ଶୁଭଙ୍କର । ତେବେ ଶୁଭଙ୍କରଙ୍କୁ କେଉଁ ଆଧାରରେ ଓ କିଏ ଭିଭିଆଇପି ପାସ୍ ଯୋଗାଇ ଦେଇଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ଏଠାରେ ମନ୍ତ୍ରୀ ଓ ବିଧାୟକଙ୍କ ସମେତ ବରିଷ୍ଠ ଆଇଏଏସ ଓ ଆଇପିଏସ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ସାଧାରଣତଃ ଭିଭିଆଇପି ଗ୍ୟାଲେରୀରେ ମନ୍ତ୍ରୀ, ଅଫିସର ଓ ବଡ ବଡ ଅଧିକାରୀଙ୍କ ପାଇଁ ସିଟ ରହିଥାଏ । ତେବେ ଏହି ଗ୍ୟାଲେରୀରେ ଶୁଭଙ୍କରଙ୍କ ଉପସ୍ଥିତିକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ବାରବାଟୀର ଭିଭିଆଇ ବକ୍ସରେ ବସି ମ୍ୟାଚ ଦେଖିବା ଘଟଣାରୁ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଶୁଭଙ୍କର ନାୟକ । ଏହି ଘଟଣା ଏବେ ଓସିଏ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

subhankarକିନ୍ତୁ ଶୁଭଙ୍କରଙ୍କୁ ଭିଭିଆଇପି ପାସ ଓସିଏ ପକ୍ଷରୁ ଦିଆଯାଇନାହିଁ ବୋଲି ସ୍ପଷ୍ଟ କରିଛି ଓସିଏ । ଯେଉଁମାନଙ୍କୁ ଭିଭିଆଇପି ପାସ ଯୋଗାଇ ଦିଆଯାଇଥିଲା ସେମାନଙ୍କ ମଧ୍ୟରୁ କେହି ଶୁଭଙ୍କରଙ୍କୁ ପାସ ଦେଇଛନ୍ତି ବୋଲି ଓସିଏ କହିଛି । ଶୁଭଙ୍କରଙ୍କୁ ଓସିଏ ଚିହ୍ନିନି ତେଣୁ ଯେଉଁ ମାନେ ଚିହ୍ନିଥିବେ ସେମାନେ ପାସ ଦେଇଥିବେ ବୋଲି ଓସିଏ କହିଛି । ତେବେ ଶୁଭଙ୍କର ଭିଭିଆଇପି ଗ୍ୟାଲେରୀରେ ବସି ମ୍ୟାଚ ଉପଭୋଗ କରିବା ପରେ ପୁଣିଥରେ ଆରମ୍ଭ ହୋଇଛି ଚର୍ଚ୍ଚା । ଜଣେ ସାଧାରଣ ଦର୍ଶକ ଭାବେ ମ୍ୟାଚ ଉପଭୋଗ କରିବାରେ କୌଣସି ଅସୁବିଧା ନାହିଁ କିନ୍ତୁ ଶୁଭଙ୍କର ଯେଉଁଠି ବସି ମ୍ୟାଚ ଉପଭୋଗ କରୁଥିଲେ ତାହା କେବଳ ମନ୍ତ୍ରୀ ଓ ଅଫିସରଙ୍କ ପାଇଁ ଉଦ୍ଦିଷ୍ଟ । ତେବେ ଶୁଭଙ୍କରଙ୍କୁ କିଏ ଭିଭିଆଇପି ପାସ ଦେଲା ତାହା ତଦନ୍ତ ପରେ ଜଣାପଡିବ । କାରଣ ଗତକାଲିର ମ୍ୟାଚରେ ପ୍ରତ୍ୟେକ ସିଟକୁ ନମ୍ବରରେ ଚିହ୍ନଟ କରାଯାଇଥିଲା । ତେଣୁ ଶୁଭଙ୍କର ବସିଥିବା ସିଟ ନମ୍ବରର ପାସ କାହାକୁ ଇସ୍ୟୁ କରାଯାଇଥିଲା ତାହା ତଦନ୍ତ ପରେ ଜଣାପଡିବ । କିନ୍ତୁ ପ୍ରଶ୍ନ ଉଠୁଛି କିଏ ସେହି ଅଜ୍ଞାତ ଭିଆଇପି ଯିଏ ଚିଟଫଣ୍ଡ ଖଳନାୟକଙ୍କୁ ପାସ ଯୋଗାଇଥିଲା ।

t20india_2_i୨୦୧୪ ନଭେମ୍ବର ୧୮ତାରିଖରେ ସି ସୋର୍ ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଶୁଭଙ୍କରକୁ ଗିରଫ କରିଥିଲା । ସିସୋର ମାଲିକ ପ୍ରଶାନ୍ତ ଦାସ ଓ ତଥାକଥିତ ଟପ୍ ବ୍ୟୁରୋକ୍ରାଟଙ୍କ ମଧ୍ୟରେ ମଧ୍ୟସ୍ଥି ସାଜିଥିବା ଚର୍ଚ୍ଚା ହୋଇଥିଲା । ଏପରିକି ଶୁଭଙ୍କରଙ୍କ ଡାଏରୀରେ କିଛି ଟପ ବ୍ୟୁରୋକ୍ରାଟଙ୍କ ନାଁ ଥିବା ମଧ୍ୟ କୁହାଯାଇଥିଲା । ଗତ ଅଗଷ୍ଟ ୧ତାରିଖରେ ହାଇକୋର୍ଟରୁ ସର୍ତମୂଳକ ଜାମିନ ପାଇବା ପରେ ଜେଲରୁ ମୁକୁଳିଥିଲେ ଶୁଭଙ୍କର । ଆଉ ଗତକାଲିର ବାରବାଟୀରେ ମ୍ୟାଚ ବେଳେ ଭିଭିଆଇପି ବକ୍ସରେ ତାଙ୍କ ଉପସ୍ଥିତି ପୁଣି ଚର୍ଚ୍ଚାରେ ରହିଛି । ଏହି ଘଟଣା ପୁଣିଥରେ ଶୁଭଙ୍କରଙ୍କ ଭିଭିଆଇପି ଲିଙ୍କକୁ ସୂଚାଉଛି ।