ପରିବାର ସହ ମନ୍ନତରେ ଶାହାରୁଖ ଉଡାଇଲେ ଜାତୀୟ ପତାକା । ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଜଣାଇଲେ ଶୁଭେଚ୍ଛା

325

କନକ ବ୍ୟୁରୋ : ଜାତୀୟତା ଓ ରାଷ୍ଟ୍ରବାଦକୁ ନେଇ ସର୍ବଦା ବିବାଦରେ ଥିବା ବଲିଉଡ କଳାକାର ଶାହାରୁଖ ଖାନଙ୍କାର ଏକ ବିରଳ ଚିତ୍ର ସାମ୍ନାକୁ ଆସିଛି । ଆସନ୍ତାକାଲି ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ଅବସରରେ ଆଜି ଶାହାରୁଖ ବି ଜାତୀୟ ପତାକା ଉଡାଇଛନ୍ତି । ସେ ତାଙ୍କ ବାସଭବନ ମନ୍ନତରେ ସ୍ତ୍ରୀ ଗୌରୀ ଖାନ, ପୁଅ ଆର୍ୟନ ଓ ଆବରାମଙ୍କ ସହ ମିଳିତ ଭାବେ ମନ୍ନତର ଛାତରେ ଜାତୀୟ ପତାକା ତ୍ରିରଙ୍ଗା ଉଡାଉଥିବାର ଦେଖିବାକୁ ମିଳିଛି । ଏନେଇ ପତ୍ନୀ ଗୌରୀ ଖାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପତାକା ତଳେ ସପରିବାର ଠିଆ ହୋଇଥିବାର ଫଟୋ ପୋଷ୍ଟ କରିଛନ୍ତି । ଏହାସହ ସେ ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ହେଲେ ଗୌରୀ ପୋଷ୍ଟ କରିଥିବା ଫଟୋରେ ଝିଅ ସୁହାନା ଖାନ ନଥିବାର ଦେଖିବାକୁ ମିଳିଛି ।

 

ମନ୍ମତର ଛାତ ଉପରେ ଶାହାରୁଖଙ୍କ ସପରିବାର ଧଳା ପୋଷାକ ପରିଧାନ କରିଥିବାର ଚିତ୍ର ବେଶ୍ ଚିତାକର୍ଷକ ହୋଇଛି । କହିରଖୁ କି ଶାହାରୁଖ ଖାନଙ୍କ ଜାତୀୟତା ଓ ରାଷ୍ଟ୍ରବାଦକୁ ନେଇ ସବୁବେଳେ ଦେଶ ଭିତରେ ବିରୋଧରେ ସାମ୍ନା କରୁଛନ୍ତି । ତାଙ୍କର କିଛି ବିବାଦୀୟ ବୟାନ ପାଇଁ ଦେଶବାସୀ ତାଙ୍କୁ ଟାର୍ଗେଟ କରିଥାନ୍ତି । ହେଲେ ଆଜି ଜାତୀୟ ପତାକା ତଳେ ସପରିବାରଙ୍କୁ ଦେଖିବା ପରେ ଦେଶବାସୀ ଚକିତ ହୋଇପଡିଛନ୍ତି ।