ସାରା ଦୁନିଆରେ ଦିଆଯିବ ସିରମ୍ ଇନଷ୍ଟିଚ୍ୟୁଟର କରୋନା ଟିକା : ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଅନୁମତି ଦେବା ପୂର୍ବରୁ ଟିକାର ଗୁଣବତା ଓ ମାନକୁ ଯାଂଚ କଲା ଡବ୍ଲୁଏଚ୍ଓ

79

କନକ ବ୍ୟୁରୋ : ସାରା ଦୁନିଆରେ ଦିଆଯିବ ସିରମ୍ ଇନଷ୍ଟିଚ୍ୟୁଟର କରୋନା ଟିକା । ଜରୁରୀକାଳିନ ବ୍ୟବହାର ପାଇଁ ସିରମ୍ ନିର୍ମାଣ କରୁଥିବା ଟିକାକୁ ଅନୁମତି ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଅନୁମତି ଦେବା ପୂର୍ବରୁ ଟିକାର ଗୁଣବତା ଓ ମାନକୁ ଯାଂଚ କରିଛି ଡବ୍ଲୁଏଚ୍ଓ । ସିରମ୍ ଟିକାକୁ ଅନୁମତିି ମିଳିବା ପରେ ଏହି ଟିକା ଗରିବ ରାଷ୍ଟ୍ର ଗୁଡ଼ିକରେ ଟିକାକରଣ କରାଯିବ । ଗତକାଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨ଟି ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଗ୍ରୀନ ସିଗନାଲ ଦେଇଛି ।

ଆଉ ଏହି ୨ଟି ଟିକା ଆଷ୍ଟେଜେନିକା ନିର୍ମାଣ କରୁଥିବା ସୂଚନା ମିଳିଛି । କରୋନା ଭ୍ୟାକସିନ୍ କାର୍ଯ୍ୟକ୍ରମ ଜରିଆରେ ଗରିବ ଦେଶ ଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାଧ୍ୟମରେ ଟିକା ଯୋଗାଇ ଦିଆଯିବ । ଯେଉଁ ଯେଉଁ ରାଷ୍ଟ୍ରଗୁଡ଼ିକ ପାଖକୁ କରୋନା ଟିକା ପହଂଚି ପାରୁନାହିଁ ସେହି ସବୁ  ରାଷ୍ଟ୍ରଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଟିକା ଯୋଗାଇ ଦିଆଯିବ ।