ଟୋଲ ଗେଟରେ ଆଉ ହେବନି ନଗଦ କାରବାର । ଆଜିଠୁ ଲାଗୁହେଲା ଫାସଟ୍ୟାଗ ବ୍ୟବସ୍ଥା,  ଫାସଟ୍ୟାଗ ନଲଗାଇ ଗଲେ ଟୋଲପ୍ଲାଜାରେ ଗଣିବାକୁ ପଡିବ ଦୁଇଗୁଣା ଶୁଳ୍କ 

ଆଜିଠୁ ଲାଗୁ ହୋଇଛି ଫାସଟ୍ୟାଗ୍ ବ୍ୟବସ୍ଥା

222
କନକ ବ୍ୟୁରୋ : ଆଜିଠୁ ଲାଗୁ ହୋଇଛି ଫାସଟ୍ୟାଗ୍ ବ୍ୟବସ୍ଥା । ଏଣିକି ଆଉ ଟୋଲଗେଟରେ ହେବ ନାହିଁ ନଗଦ କାରବାର । ଫାସଟ୍ୟାଗ୍ ମାଧ୍ୟମରେ ଟଙ୍କା କଟିବ । ଆଉ ଟୋଲଗେଟ୍ ସାମ୍ନାରେ ଲାଗିବନି ଲମ୍ବା ଲାଇନ୍ । କି ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେବକୁ ପଡିବନି । ତେବେ ଆସନ୍ତୁ ଜାଣିବା କେଉଁଠି ଏହି ଫାସଟ୍ୟାଗ୍ ପାଇବା
ଆମାଜନ ପେଟିଏମ ଭଳି ଅନଲାଇନ ସଂସ୍ଥା କିମ୍ବା ବ୍ୟାଙ୍କରେ ଏହି ଫାସଟ୍ୟାଗ ଉପଲବ୍ଧ । ଏପରିକି ଟୋଲଗେଟ ନିକଟରେ ମଧ୍ୟ ଏହା ବିକ୍ରି ହେଉଛି । ନିଜ ପରିଚୟ ପତ୍ର ଏବଂ ଗାଡି ପଂଜୀକରଣ କାଗଜପତ୍ର ଦେଇ ଏହି ଫାସଟ୍ୟାଗ କିଣା ଯାଇପାରିବ । ସେପଟେ ଗତକାଲି ବିଭିନ୍ନ ସ୍ଥାନରେ ଫାସଟ୍ୟାଗ କିଣିବା ପାଇଁ ଗାଡି ମାଲିକଙ୍କ ଭିଡ ଦେଖିବାକୁ ମିଳିଥିଲା । ପୂର୍ବରୁ କେନ୍ଦ୍ର ସରକାର ଧାର୍ଯ୍ୟ ଦିନକୁ ପରିବର୍ତନ କରିଥିଲେ ବି ଆଗରୁ ଏହା କରି ନଥିଲେ । ଏବେ ବିଭିନ୍ନ କେନ୍ଦ୍ରରେ ଫାସଟ୍ୟାଗ କିଣିବାକୁ ଭିଡ ଜମାଇଛନ୍ତି ଗାଡି ମାଲିକ ।
ତେବେ ଯେଉଁମାନେ ଫାସଟ୍ୟାଗ୍ ଲଗାଇ ନାହାନ୍ତି ସେମାନେ ତୁରନ୍ତ ଫାସଟ୍ୟାଗ୍ ଲଗାଇନିଅନ୍ତୁ । ନଚେତ୍ ଟୋଲଗେଟରେ ଆପଣଙ୍କୁ ଦେବାକୁ ପଡିବ ଦୁଇଗୁଣା ଶୁଳ୍କ ।