ସନ୍ତୁର ଉସ୍ତାଦ୍ ପଣ୍ଡିତ୍ ଭଜନ ସୋପାରିଙ୍କ ପରଲୋକ । ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ।

103

କନକ ବ୍ୟୁରୋ: ଖ୍ୟାତନାମା ସନ୍ତୁର ବାଦକ ତଥା ସଙ୍ଗୀତକାର ପହ୍ମଶ୍ରୀ ସମ୍ମାନପ୍ରାପ୍ତ ଭଜନ ସୋପାରିଙ୍କ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ଗୁରୁଗ୍ରାମ ସ୍ଥିତ ଫୋର୍ଟିସ୍ ହସ୍ପିଟାଲରେ ଚିିକିତ୍ସିତ ହେଉଥିବାବେଳେ ତାଙ୍କର ପରଲୋକ ହୋଇଛି ।

ସେ କଲୋନ୍ କ୍ୟାନସରରେ ପୀଡିତ ଥିଲେ । ୧୯୪୮ରେ କାଶ୍ମୀର ଉପିତ୍ୟାକାର ସୋପାରିରେ ଜନ୍ମିତ ସନ୍ତୁର ବାଦକ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ସୁଫିଆନା ଘରାନା ବର୍ଗରେ କ୍ଷାତି ଅର୍ଜନ କରିଥିଲେ । ସେ ଶଙ୍କର ପଣ୍ଡିତଙ୍କ ଅଣନାତି । ସୋପାରିଙ୍କୁ ‘ସନ୍ତୁର ସନ୍ଥ’ ଏବଂ ‘କିଙ୍ଗ ଅଫ୍ ଷ୍ଟ୍ରିଙ୍ଗ୍ସ’ ବୋଲି ଅଭିହୀତ କରାଯାଇଥିଲା । ୧୯୯୨ରେ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ୨୦୦୪ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।