ବିବାହ ବିଚ୍ଛେଦ ଖବର ଭିତରେ ସାନିଆ-ସୋଏବଙ୍କ ବଡ ଘୋଷଣା । ଏକାଠି କରିବେ ଟକ୍ ସୋ’ ।

281

କନକ ବ୍ୟୁରୋ: ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ୍ ମଲ୍ଲିକଙ୍କ ବିବାହ ବିଚ୍ଛେଦ ଖବର ଭିତରେ ଦୁହେଁ ଏକ ବଡ ଘୋଷଣା କରିଛନ୍ତି । ଦୁହେଁ ଖୁବଶୀଘ୍ର ଏକ ଟକ୍ ସୋ’ରେ ନଜର ଆସିବେ । ତେବେ ଏନେଇ ଦୁହେଁ ସାନିଆ ଆଉ ସୋଏବ ହିଁ ଘୋଷଣା କରିଛନ୍ତି ।

ଏହି ଟକ୍ ସୋ’ରେ ଉଭୟ ସାନିଆ ମିର୍ଜା ଓ ସୋଏବ୍ ମଲ୍ଲିକ ନଜର ଆସିବେ । ସେମାନେ ଏହି ଟକ୍ ସୋର ନାଁ ରଖିଛନ୍ତି ‘ମିର୍ଜା ମଲିକ୍ ସୋ’ । ଯାହାର ପୋଷ୍ଟର ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଟିଭି ସୋ ଏକ ପାକିସ୍ତାନୀ ଚ୍ୟାନେଲରେ ପ୍ରସାରିତ ହେବ ।

କିଛି ଦିନ ହେଲା ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କ ବିବାହ ବିଚ୍ଛେଦ ହେବା ନେଇ ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଦୁଇ ଜଣଙ୍କ ଭିତରେ ସବୁକିଛି ଠିକ୍ ନଥିବା ନେଇ ଖବର ପ୍ରକାଶ ପାଇଥିଲା । ଏମିତି କି ସୋଏବ ସାନିଆଙ୍କୁ ଧୋକା ଦେଇଥିବା କଥା ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ହେଲେ ଏ ସମ୍ପର୍କରେ ଦୁହେଁ କୌଣସି ବି ପ୍ରତିକ୍ରିୟା ରଖିନଥିଲେ । ଆଉ ଏହାରି ଭିତରେ ଦୁହେଁ ମିଶି ଏକାଠି ସୋ କରିବା ଭିନ୍ନ ଏକ ସନ୍ଦେଶ ଦେଇଛି ।

ସୋଏବ ମଲ୍ଲିକଙ୍କର ନାଁକୁ ପାକିସ୍ତାନର ମଡେଲ ଆୟଶା ଉମରଙ୍କ ସହ ଯୋଡା ଯାଉଛି । ମିଡିଆ ରିପୋର୍ଟସ ମୁତାବକ, ସୋଏବ ଓ ଆୟଶା ଉଭୟ ଉଭୟଙ୍କୁ ଡେଟ୍ କରୁଥିବା ବେଳେ, ଏହି ସମ୍ପର୍କ କାରଣରୁ ସୋଏବ ମଲ୍ଲିକ ସାନିଆଙ୍କୁ ତଲାକ୍ ଦେଇପାରନ୍ତି ବୋଲି କୁହାଯାଉଥିଲା । ତେବେ ଏହି ନୂଆ ସୋ ଆସିବା ପରେ, ସାନିଆ-ସୋଏବ ତଲାକ ନେବେ କି ନାହିଁ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା । ସୂଚନାଯୋଗ୍ୟ ଯେ, ୨୦୧୦ ମସିହା ଏପ୍ରିଲ ମାସ ୧୨ ତାରିଖରେ ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜାଙ୍କ ହାତ ଧରିଥିଲେ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ । ଏହି ବିବାହକୁ ନେଇ ସେତେବେଳେ ଜୋରଦାର ଚର୍ଚ୍ଚା ହେବା ସହିତ ସୋଏବଙ୍କୁ ଅନେକ ବିରୋଧର ସାମ୍ନା କରିବାକୁ ପଡିଥିଲା ।