ବକ୍ସ ଅଫିସରେ କମାଲ କଲା, ‘କାନ୍ତାରା’କୁ ପଛରେ ପକାଇଲା ‘ଉଞ୍ଚାଇ’

612

କନକ ବ୍ୟୁରୋ: ‘କାନ୍ତାରା’କୁ ପଛରେ ପକାଇଲା ‘ଉଞ୍ଚାଇ’ । ମୁକ୍ତିଲାଭ କରିଛି ବିଗ୍ ବିଙ୍କ ଅଭିନୀତ ଫିଲ୍ମ ‘ଉଞ୍ଚାଇ’ । ତାଙ୍କ ସହ ଲିଡ ରୋଲରେ ଅଛନ୍ତି ଭେଟେରାନ୍ ଆକ୍ଟର ବୋମନ ଇରାନି, ଅନୁପମ୍ ଖେର୍, ଓ ଡାନି । ରିଲିଜ୍ ପୂର୍ବରୁ ଏହି ଫିଲ୍ମକୁ ନେଇ କିଛି ବି ଚର୍ଚ୍ଚା ହେଉନଥିଲା । ହେଲେ ରିଲିଜ୍ ପରେ ଏହା ବକ୍ସ ଅଫିସରେ ଧମାଲ କରିଛି । ପ୍ରଥମ ଦିନରେ ଫିଲ୍ମଟି ଭଲ ଆୟ କରିଛି । ଏପରିକି କନ୍ନଡ ବ୍ଲକବଷ୍ଟର ‘କାନ୍ତାରା’କୁ ମଧ୍ୟ ଏହା ପଛରେ ପକାଇଛି ।

‘କାନ୍ତାରା’ ପ୍ରଥମ ଦିନରେ ୧.୨୭ କୋଟି ଆୟ କରିଥିବାବେଳେ ଉଞ୍ଚାଇ ପ୍ରଥମ ଦିନରେ ୧.୮୧ କୋଟି ଟଙ୍କା ଆୟ କରିଛି । ଉଞ୍ଚାଇର ନିର୍ଦ୍ଦେଶନା ସୂରଜ ବଡଜାତ୍ୟା ଦେଇଛନ୍ତି । ପୂର୍ବରୁ ସେ ଲୋକପ୍ରିୟ ଫିଲ୍ମ ‘ମୈନେ ପ୍ୟାର କିୟା’, ହମ ଆପକେ ହୈ କୌନ୍’, ‘ପ୍ରେମ ରତନ୍ ଧନ୍ ପାୟୋ’ଭଳି ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇସାରିଛନ୍ତି ।