ଅର୍ଚ୍ଚନା ନାଗ୍ ମାମଲା: ଦ୍ୱିତୀୟ ଦିନରେ ବି ଖଗେଶ୍ୱରଙ୍କୁ ଇଡିର ମାରାଥନ୍ ଜେରା ।

124

କନକ ବ୍ୟୁରୋ: ଅର୍ଚ୍ଚନା ନାଗ୍ ମାମଲାରେ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଖଗେଶ୍ୱରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛି ଇଡି । ଦ୍ୱିତୀୟ ଦିନରେ ବି ଖଗେଶ୍ୱରଙ୍କୁ ମାରାଥନ୍ ଜେରା କରୁଛି ଇଡି । ଏହାସହ ମୋବାଇଲ ଯାଞ୍ଚ କରୁଛି ସାଇବର ଫରେନ୍ସିକ୍ ବିଶେଷଜ୍ଞ ଟିମ୍ । ଡିଲିଟ୍ ଫଟୋ, ଚାଟିଂକୁ ପୁନରୁଦ୍ଧାର କରିବାକୁ ପ୍ରୟାସ । ଲକ୍ ହୋଇଥିବା ୨ଟି ମୋବାଇଲକୁ ନେଇ ଚାଲିଛି ଛାନବିନ୍ । ଏହି ମୋବାଇଲରୁ ହିଁ ଗୁମର ଖୋଲିବ ବୋଲି ଆଶା କରୁଛି ଇଡି ।

ଖଗେଶ୍ୱର ଖୋଲୁଛି ନାଗ ସାମ୍ରାଜ୍ୟର ଗୁମର । ପ୍ରଶ୍ନବାଣରେ ଘାଇଲା ଖଗେଶ୍ୱରର ମିଛ ଭିତରୁ ସତ ଉଗାରିବାରେ ସକ୍ଷମ ହୋଇଛି ଇଡି ।ଏହାପୂର୍ବରୁ ହୋଇଥିବା ଜେରାରେ ଖଗେଶ୍ୱର ଦେଇଥିଲା ବ୍ଲାକମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ କଳା ଟଙ୍କା କାରବାରର ଅନେକ ଠିକଣା ।

ଗତକାଲି ମଧ୍ୟ ଖଗେଶ୍ୱରଙ୍କୁ ଜେରା କରିଥିଲା ଇଡି । ଆଉ ଛାନଭିନ ବେଳେ ଇଡି ଜାଣିବାକୁ ପାଇଛି ଯେ, ସ୍ୱାମୀ-ସ୍ତ୍ରୀଙ୍କ ଆକାଉଂଟରେ ଓଡ଼ିଶାର ୫ଟି ଅନ୍ୟ ବ୍ୟାଙ୍କ ଆକାଉଂଟରୁ ନଗଦ ୨ କୋଟିରୁ ଉଦ୍ଧ୍ୱର୍ ଟଙ୍କା ବିଭିନ୍ନ ସମୟରେ ଜମା କରାଯାଇଛି । କିନ୍ତୁ ଏହି ନଗଦ ଟଙ୍କା ଜମା କରିଥିବା ବ୍ୟକ୍ତି କିଏ, ତାହା ଜଣାପଡ଼ିନି । ଖୁବଶୀଘ୍ର ସେମାନଙ୍କୁ ଚିହ୍ନଟ କରିବାକୁ ବ୍ୟାଙ୍କକୁ ଯାଇ ଖୋଳତାଡ଼ ଆରମ୍ଭ କରିଛି ଇଡି ।