ସାଲେପୁରରେ ଡକାୟତି ବେଳେ ଧରା ପଡିଲେ ୨ ଡକାୟତ : ହାତ ବାନ୍ଧି ନିସ୍ତୁକ ଛେଚି ପୋଲିସ ଜିମା ଦେଲେ ଗ୍ରାମବାସୀ

33

କନକ ବ୍ୟୁରୋ : ଡକାୟତି ଉଦ୍ୟମ ବେଳେ ଧରାପଡିଲେ ୨ ଡକାୟତ । ଉତ୍ୟକ୍ତ ଗ୍ରାମବାସୀ ୨ଡକାୟତଙ୍କୁ ଧରି ହାତ ବାନ୍ଧି ନିସ୍ତୁକ ମାଡ ମାରି ପୋଲିସ ଜିମାରେ ଦେଇଛନ୍ତି । ଏପରି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅଂଚଳର ନଇଗୁଆଁ ଗାଁରେ । ଆଜି ଦିନ ସାଢେ ୧୧ଟାରେ ନଇଗୁଆଁ ଗାଁର ସୁଷମା ପଣ୍ଡାଙ୍କ ଘରେ କେହିନଥିବା ବେଳେ ୨ ଡକାୟତ ତାଲା ଭାଙ୍ଗି ଘରେ ପଶିଥିଲେ । ପଡୋଶୀ ଲୋକଙ୍କ ସନ୍ଦେହ ହେବାରୁ ଘର ମାଲିକକୁ ଖବର ଦେଇଥିଲେ ।

ଘର ମାଲିକ ଆସିବା ପରେ ୨ ଡକାୟତ ଖସି ପଲାଉଥିବା ପାଇଁ ଉଦ୍ୟମ କରୁଥିଲେ । ତେବେ ଡକାୟତମାନେ ଖସିଯିବା ପାଇଁ ଉଦ୍ୟମ କରୁଥିବା ବେଳେ ତାଙ୍କୁ କାବୁ କରି ନିସ୍ତୁକ ମାଡ ମାରିଛନ୍ତି ଗ୍ରାମବାସୀ । ଏପରିକି ସେମାନଙ୍କ ଏକ ବାଇକକୁ ମଧ୍ୟ ଜାଳି ଦେଇଛନ୍ତି ଉତ୍ୟକ୍ତ ଲୋକେ । ଖବର ପାଇ ପୋଲିସ ଗାଁରେ ପହଂଚି ୨ ଜଣଙ୍କୁ ଉତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରି ପଚରା ଉଚରା କରୁଛି ।