ୟୁକ୍ରେନର ବାଣିଜ୍ୟ ନଗରୀରେ ରୁଷ କରୁଛି ଡ୍ରୋନରେ ଜୋରଦାର ଆକ୍ରମଣ: କ୍ରେମଲିନର ଟାର୍ଗେଟରେ ବ୍ରୟାଂକସ୍ତରେ ଧ୍ୱଂସବିଧ୍ୱଂସ୍ତ

79

କନକ ବ୍ୟୁରୋ: ନୂଆବର୍ଷ ଆରମ୍ଭରୁ ରୁଷର ଆକ୍ରମଣରେ ଥରିଛି ୟୁକ୍ରେନ । ୟୁକ୍ରେନର ବାଣିଜ୍ୟନଗରୀ କୁହାଯାଉଥିବା ବ୍ରୟାଂକସ୍ତରେ ସୋମବାର ସକାଳୁ ସକାଳୁ ଡ୍ରୋନରେ ଆକ୍ରମଣ କରିଛି କ୍ରେମଲିନ । ଏହା ଦ୍ୱାରା ରାଜ୍ୟରେ ବଡ କ୍ଷତି ହେବା ସହ ବିଜୁଳି ଓ ପାଣି ସେବା ସମ୍ପୂର୍ଣ୍ଣଭାବେ ବାଧାପ୍ରାପ୍ତ ହୋଇଛି । ତେବେ ଏହି ଡ୍ରୋନ ଆକ୍ରମଣରେ କୌଣସି ମୃତାହତର ସୂଚନା ମିଳିପାରିନି । ଜାନୁଆରୀ ୧ ତାରିଖରେ ମଧ୍ୟ ରାଜଧାନୀ କିଭରେ ଆକ୍ରମଣ କରିଥିଲା ରୁଷ । ୟୁକ୍ରେନ ବାୟୁସେନା ଦାବି କରିଥିଲା କି ୪୫ ରୁଷ ଡ୍ରୋନକୁ ନଷ୍ଟ କରିଛି ୟୁକ୍ରେନ ଏୟାର ଡିଫେନ୍ସ । ସ୍ଥିତିକୁ ଦେଖି କିଭରେ ଆଲର୍ଟ ଜାରି କରାଯାଇଛି । ସେପଟେ ଭାରତ ଯୁଦ୍ଧକୁ ନେଇ ପୁଣି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି କି ଭାରତ ସବୁବେଳେ ଶାନ୍ତି ସପକ୍ଷରେ ରହିଛି । ଆଲୋଚନା ମାଧ୍ୟମରେ ସମସ୍ତ ପ୍ରକାର ମତଭେଦର ସମାଧାନ ମିଳିପାରିବ । ଉଭୟ ରୁଷ-ୟୁକ୍ରେନ କୁଟନୀତିସ୍ତରରେ ଆଲୋଚନା କରିବା ଉଚିତ ।