କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ଦୁଇ ହେଲିକପ୍ଟର ମୁହାଁମୁହିଁ ଧକ୍କା । ସୋମବାର ଗୋଲ୍ଡ କୋଷ୍ଟ ଅଂଚଳରେ ଘଟିଛି ଏଭଳି ଦୁର୍ଘଟଣା । ଏଥିରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଗୋଲ୍ଡ କୋଷ୍ଟର ଉତର ବେଳାଭୂମିରେ ଥିବା ମେନ୍ ବିଚର ସି ୱାଲ୍ଡ ଥିମ୍ ପାର୍କ ନିକଟରେ ଦୁଇ ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇଛି । ଦୁର୍ଘଟଣାବେଳେ ଦୁଇ ହେଲିକପ୍ଟରରେ ମୋଟ୍ ୧୩ ଜଣ ଯାତ୍ରୀ ରହିଥିଲେ । ଗୋଟେ ହେଲିକପ୍ଟର ଉଡାଣ ଭରୁଥିବା ବଳେ ଅନ୍ୟଟି ଅବତରଣ କରୁଥିଲା । ଏତିକି ବେଳେ ଦୁୂଇଟି ଯାକ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ପରେ ଗୋଟିଏ ହେଲିକପ୍ଟର ସୁରକ୍ଷିତ ଭାବେ ଗୋଲ୍ଡକୋଷ୍ଟର ମେନ ବିଚରେ ଅବତରଣ କରିଥିଲା । ଅନ୍ୟ କ୍ଷତିଗ୍ରସ୍ତ ହେଲିକପ୍ଟରଟି ଲ୍ୟାଣ୍ଡିଂ ସ୍ଥଳରୁ ବହୁ ଦୂରରେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡିଛି । ସେପଟେ ଏହି ଘଟଣାକୁ ନେଇ ତଦନ୍ତ କରାଯାଉଥିବା କହିଛି ଅଷ୍ଟ୍ରେଲିଆ ପରିବହନ ବ୍ୟୁରୋ ।