କନକ ବ୍ୟୁରୋ : ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା । ରିମାଣ୍ଡରେ ଥିବା ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲଙ୍କ ଝିଅ ସୋହିନୀ ପାଲ ସିବିଆଇରେ ହାଜର । ତାପସ ରୋଜଭ୍ୟାଲି କମ୍ପାନିର ନିର୍ଦ୍ଦେଶକ ଥିବାବେଳେ ଝିଅ ଓ ପତ୍ନୀଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ଦେଇଥିଲେ । ସେ ସମୟରେ କେତେ ଟଙ୍କା ତାଙ୍କ ଆକାଉଂଟରେ କାରବାର ହୋଇଥିଲା ତାହା ଜାଣିବାକୁ ଚାହିଁଥିଲା ସିବିଆଇ ।
Kanak News is now on WhatsApp
Join and get latest news updates delivered to you via WhatsApp
ମାନସିକ ଅବସ୍ଥା ଭଲ ନଥିବାରୁ ତାପସ ପାଲଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲର ମାନସିକ ରୋଗ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଦୀର୍ଘ ୨୦ ମିନିଟର ଚିକିତ୍ସାପରେ ବି ଅସୁସ୍ଥ ଥିଲେ ତାପସ । ତଥାପି ତାଙ୍କୁ ଜେରା କରାଯାଇ ପାରିବ କହିଲେ ଡାକ୍ତର କିନ୍ତୁ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କଲେ ତାପସ ।
କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କର ରୋଜଭ୍ୟାଲି ଚିଟ୍ କଂପାନୀ ସହିତ ସଂପର୍କ ରହିଛି ବୋଲି ଗିରଫ ତାପସ ପାଲ କହିବା ପରେ ପ୍ରଥମ ଥର ପାଇଁ ସେ ପ୍ରତିକ୍ରିୟା ରଖିଛନ୍ତି । ଏହି ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ବାବୁଲ୍ କହିଛନ୍ତି । ତାପସ ପାଲ ତାଙ୍କ ନାଁ ନେଇଥିବାରୁ ତାଙ୍କର ଅପମାନ ହୋଇଛି । ସମ୍ମାନ କ୍ଷୁର୍ଣ୍ଣ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ବାବୁଲ୍ ସୁପ୍ରିଓ । ଏନେଇ ତାଙ୍କ ଓକିଲଙ୍କ ସହ ଆଲୋଚନା କରିଛନ୍ତି ଏବଂ ଖୁବ ଶୀଘ୍ର ସେ ପଦକ୍ଷେପ ନେବେ ବୋଲି ବାବୁଲ କହିଛନ୍ତି ।