ଡ୍ରଗ୍ସ କାରବାର ଲିଙ୍କରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗିରଫ । ୩ ଦିନ ଧରି ପଚରାଉଚରା ପରେ ଗିରଫ କଲା ଏନସିବି । ବିହାର ଡିଜିପି କହିଲେ, ରିୟା ଗିରଫ ହେବା ବିହାର ପାଇଁ ବିଜୟ, ସୁଶାନ୍ତଙ୍କ ମୃତ୍ୟୁ ଉପରୁ ପରଦା ଉଠିବା ଜରୁରୀ

ସୁଶାନ୍ତଙ୍କ ଭଉଣୀ କଲେ ଟୁଇଟ, କହିଲେ ଭଗବାନ ତାଙ୍କ ସାଥୀରେ ଅଛନ୍ତି

573

କନକ ବ୍ୟୁରୋ: ଡ୍ରଗ୍ସ କାରବାର ଲିଙ୍କରେ ଗିରଫ ହେଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ତିନି ଦିନ ଧରି ପଚରାଉଚରା ପରେ ନାର୍କୋଟିକ୍ସ କଟେଂ୍ରାଲ ବ୍ୟୁରୋ ରିୟାଙ୍କୁ ଗିରଫ କରିଛି । ଗିରଫ ପରେ ରିୟାଙ୍କ ମେଡିକାଲ ଯାଚଂ ପାଇଁ ନିଆଯାଇଛି । ରିୟାର କରୋନା ପରୀକ୍ଷା ମଧ୍ୟ କରାଯିବ ।ରିୟା ଗିରଫ ପରେ ସୁଶାନ୍ତଙ୍କ ଭଉଣୀ ଟୁଇଟ କରିଛନ୍ତି । ଭଗବାନ ତାଙ୍କ ସହ ଅଛନ୍ତି ବୋଲି ଶ୍ୱେତା କୀର୍ତି ଟୁଇଟ କରିଛନ୍ତି । ଆଜି ଜେରା ବେଳେ ଯେଉଁ ବଲିଉଡ ପାର୍ଟିରେ ନିଶା କାରବାର ହୋଇଛି ସେ ନେଇ ସୂଚନା ଦେଇଛନ୍ତି ରିୟା ।

ଆଜି ତୃତୀୟ ଦିନରେ ଏନସିବିରେ ହାଜର ହୋଇଥିଲେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତି । ରବିବାର ଓ ସୋମବାର ଦୁଇ ଦିନ ଧରି ରିୟାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ପଚରାଉଚରା କରାଯାଇଥିଲା । ଆଜି ଜେରା ବେଳେ ସେ ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଥିଲେ । ଏପରିକି ଯେଉଁ ବଲିଉଡ ପାର୍ଟିରେ ନିଶାକାରବାର ହେଉଥିଲା ଜେରା ବେଳେ ତାହା ମଧ୍ୟ ସୂଚନା ଦେଇଛନ୍ତି । ଏହା ସହ ୨୫ ବଲିଉଡ କଳାକାରଙ୍କ ଏନସିବି ତାଲିକା ପ୍ରସ୍ତୁତ କରିଛି । ସେମାନଙ୍କୁ ସମନ କରାଯିବ । ସୁଶାନ୍ତଙ୍କ ସାଥୀ କଳାକାରଙ୍କୁ ବି ସମାନ କରାଯିବ । ଆଜି ଭାଇ ସୌଭିକଙ୍କୁ ବସାଇ ରିୟାଙ୍କୁ ସାମନା ସାମନି ଜେରା ପରେ ଏନସିବି ଏହି ତାଲିକା ପ୍ରସ୍ତୁତ କରିଛି ।

ରିୟା ଚକ୍ରବର୍ତୀଙ୍କୁ ଗିରଫ ପରେ ବିହାର ଡିଜିପି ପ୍ରତିକ୍ରିୟା ରଖିଛନ୍ତି । ଡ୍ରଗ୍ସ ମାଫିଆଙ୍କ ସହ ରିଆଙ୍କ ସଂପର୍କ ଥିବା ପ୍ରମାଣିତ ହୋଇଛି । ସୁଶାନ୍ତଙ୍କ ମୃତ୍ରୁ ଉପରୁ ପରଦା ଉଠିବା ଜରୁରୀ । ରିୟା ଚକ୍ରବର୍ତୀ ମୁଖ୍ୟ ଅଭିଯୁକ୍ତ ବୋଲି ଡିଜିପି ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି । ରିୟା ଗିରଫ ହେବା ବିହାର ପାଇଁ ବିଜୟ ବୋଲି ସେ କହିଛନ୍ତି ।