କନକ ବ୍ୟୁରୋ: ବର୍ଷା-ଅନୁଭବ ବିବାଦ ବଢୁଥିବା ବେଳେ ଆଜି ଅନୁଭବ ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓ ଟୁଇଟ୍ କରି ଅନୁଭବ ପ୍ରଶ୍ନ କରିଛନ୍ତି, କେମିତି ବର୍ଷାଙ୍କୁ ଘରୋଇ ହିଂସା କରାଯାଉଛି । ଏହି ଭିଡିଓରେ ଶାଶୁ ଶ୍ୱଶୁରଙ୍କ ସହିତ ବର୍ଷା, ଗଣେଶ ପୂଜାରେ ବସିଛନ୍ତି । ସେପଟେ ବର୍ତମାନ ସମୟରେ ଅର୍ଥାତ କୋର୍ଟରେ ମାମଲା ଚାଲିଥିବା ବେଳେ ବର୍ଷା , ଶ୍ୱଶୁର ଘରେ ଅର୍ଥାତ୍ ଅନୁଭବଙ୍କ ଘରେ ରହିବେ ବୋଲି ତାଙ୍କ ଓକିଲ ସ୍ପଷ୍ଟ କରିଛନ୍ତି । ବର୍ତମାନ ବର୍ଷାଙ୍କ ସୁରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି । ଆଉ ଗତକାଲି ଅନୁଭବଙ୍କ ଘରେ ବର୍ଷାଙ୍କ ଭିଡିଓ ସୁଟ କରିଥିବା ଦୁଇ ଜଣ ବ୍ୟକ୍ତି ଆଜି କଟକ ପୁରୀ ଘାଟଥାନାରେ ହାଜର ହୋଇଛନ୍ତି ।
ସୁପର ଷ୍ଟାର ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶିନିଙ୍କ ମଧ୍ୟରେ ବିବାଦ ଘନଉଥିବା ବେଳେ, ମାମଲା କୋର୍ଟରେ ଥିବା ବେଳେ, ଆଜି ଗଣେଷ ପୂଜା ସମୟର ଏହି ଭିଡିଓକୁ ଟୁଇଟର ଆକାଉଂଟରେ ଜାରି କରିଛନ୍ତି ଅନୁଭବ । ଏହି ଭିଡିଓରେ ଅନୁଭବଙ୍କ ଘରେ ଗଣେଜପୂଜା ଚାଲିଛି । ବର୍ଷା ଉପସ୍ଥିତ ଅଛନ୍ତି । ପାଖରେ ଅଛନ୍ତି ଅନୁଭବଙ୍କ ପରିବାର ସଦସ୍ୟ । ଟୁଇଟ କରି ଅନୁଭବ କହିଛନ୍ତି , ଘରେ ଗଣେଷପୂଜା ଉତ୍ସବ ଚାଲିଥିବା ସମୟରେ ପରିବାର ଲୋକଙ୍କ ସହିତ ଅଛନ୍ତି ବର୍ଷା । ବର୍ଷାଙ୍କ ନାଁ ନନେଇ ଅନୁଭବ ପଚାରିଛନ୍ତି, ଏହି ଭିଡିଓରୁ ଘରୋଇ ହିଂସାର କଥା ଜଣାପଡୁଛି କି ।
ଘରୋଇ ହିଂସା ଅଭିଯୋଗ ଆଣୁଥିବା ବର୍ଷା କେମିତି ଶାଶୁ ଘରେ ରହୁଛନ୍ତି ବୋଲି ଗତକାଲି ପ୍ରଶ୍ନ ଉଠାଇଥିଲେ ଅନୁଭବ ମହାନ୍ତି । ଜବାବରେ ବର୍ଷାଙ୍କ ଓକିଲ କହିଛନ୍ତି, ଅନୁଭବଙ୍କ କଥାରେ ବର୍ଷା ଘର ଛାଡି ପାରିବେ ନାହିଁ । ବର୍ଷା ଶାଶୁ ଘର ନ ଛାଡି ସେଠାରେ ରହି ଏହି ମାମଲା ଲଢିବେ ।
ସେପଟେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇବା ପରେ ଆଜିଠାରୁ ବର୍ଷାଙ୍କୁ ଯୋଗାଇ ଦିଆଯାଇଛି ପୁଲିସ ସୁରକ୍ଷା । ଜଣେ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏଥିସହ ବର୍ଷାଙ୍କ ରୁମରେ ଭିଡିଓ ରେକଡିଂ ମାମଲାରେ ଭିଡିଓ କରିଥିବା ୨ ଯୁବକଙ୍କୁ ପୁରୀ ଘାଟ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ୨ ଯୁବକ ବର୍ଷାଙ୍କ ଭିଡିଓ କରିବା ସହିତ ରୁମ ଭିତରକୁ ଧସେଇ ପଶିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।