ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାଦ ମଧ୍ୟରେ ଟୁଇଟରରେ ଗଣେଶ ପୂଜାର ଭିଡିଓ ଛାଡିଲେ ଅନୁଭବ: ବର୍ଷାଙ୍କ ନାଁ ନନେଇ ଲେଖିଲେ, ଭିଡିଓରେ କେହି ଘରୋଇ ହିଂସାର ଶିକାର ହେଲାପରି ମନେ ହେଉଛି କି?

ଭିଡିଓରେ ରହିଛି ପରିବାର ସଦସ୍ୟ ଗଣେଶ ପୂଜାର ଦୃଶ୍ୟ

1,491

କନକ ବ୍ୟୁରୋ: ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାଦ ମଧ୍ୟରେ ଟୁଇଟରରେ ଗଣେଶ ପୂଜାର ଏକ ଭିଡିଓ ଛାଡିଛନ୍ତି ଅନୁଭବ ମହାନ୍ତି । ବର୍ଷାଙ୍କ ନାଁ ନନେଇ ଅନୁଭବ ଲେଖିଛନ୍ତି, ଭିଡିଓରେ କେହି ଘରୋଇ ହିଂସାର ଶିକାର ହେଲାପରି ମନେ ହେଉଛି କି । ଭିଡିଓରେ ଅନୁଭବଙ୍କ ଘରେ ଗଣେଶ ପୂଜାର ଦୃଶ୍ୟ ରହିଛି । ପୂଜାରେ ବର୍ଷା ପ୍ରିୟଦର୍ଶନୀ, ଅନୁଭବଙ୍କ ବାପା , ମା ସମସ୍ତେ ଅଛନ୍ତି । ,ଏହି ଭିଡିଓ ଜାରି କରି ଅନୁଭବ ବର୍ଷାଙ୍କ ନାଁ ନନେଇ ପ୍ରଶ୍ନ କରିଛନ୍ତି ଯେ, ଭିଡିଓରେ କେହି ଘରୋଇ ହିଂସାର ଶିକାର ହେଲା ପରି ଲାଗୁଛି ୍ି । ଘରୋଇ ହିଂସା ଅଭିଯୋଗ ଆଣୁଥିବା ବର୍ଷା କେମିତି ଶାଶୁ ଘରେ ଅଛନ୍ତି ବୋଲି ଗତକାଲି ଅନୁଭବ ପ୍ରଶ୍ନ କରିଥିଲେ ।

ବର୍ଷାଙ୍କ ରୁମରେ ଭିଡିଓ ରେକଡିଂ ମାମଲା । ଭିଡିଓ କରିଥିବା ୨ ଯୁବକଙ୍କୁ ପୁରୀ ଘାଟ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ।  ଅଭିଯୋଗ ଅନୁଯାୟୀ ଭିଡିଓ କରୁଥିବା ୨ ଯୁବକ ଅନୁଭବଙ୍କ ସହଯୋଗୀ । ଗତକାଲି ଦିନ ୩ଟା ବେଳେ ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ୨ ଯୁବକ ବର୍ଷାଙ୍କ ଭିଡିଓ କରୁଥିବା ଅଭିଯୋଗ ହୋଇଥିଲା । ଏପରିକି ରୁମ ଭିତରକୁ ଧସେଇ ପଶିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହା ପରେ ବର୍ଷା ଶହେ ନମ୍ବର କଲ କରିବାକୁ ସୁରକ୍ଷା ଲୋଡିଥିଲେ । ଏନେଇ ପୁରୀଘାଟ ଥାନାରେ ତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ଶାଶୁ ଘର ଛାଡିବେନି ବର୍ଷା । ଶାଶୁ ଘରେ ରହି ହିଁ ମାମଲା ଲଢ଼ିବେ । ଏନେଇ ସୂଚନା ଦେଇଛନ୍ତି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ । ଘରୋଇ ହିଂସା ଅଭିଯୋଗ ଆଣୁଥିବା ବର୍ଷା କେମିତି ଶାଶୁ ଘରେ ରହୁଛନ୍ତି ବୋଲି ଗତକାଲି ପ୍ରଶ୍ନ ଉଠାଇଥିଲେ ସ୍ୱାମୀ ଅନୁଭବ ମହାନ୍ତି । ଏହାର ଜବାବରେ ବର୍ଷାଙ୍କ ଓକିଲ କହିଛନ୍ତି ଅନୁଭବଙ୍କ କଥାରେ ବର୍ଷା ଘର ଛାଡି ପାରିବେ ନାହିଁ । ସେପଟେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇବା ପରେ ଆଜିଠାରୁ ତାଙ୍କୁ  ପୁଲିସ ସୁରକ୍ଷା ଦିଆଯାଇଛି । ଅନୁଭବଙ୍କ ଘରେ ବର୍ଷାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଜଣେ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଥିଲେ ବର୍ଷା ।