ଦିଲ୍ଲୀ ରାଜପଥରେ ଗଡିଲା CRPFର ପ୍ରଜ୍ଞାପନ ମେଢ । ସାମିଲ୍ ହୋଇଥିଲେ ଦୁଇ ଓଡିଆ ଯବାନ ପ୍ରିୟଦର୍ଶିନୀ ଓ ଜ୍ୟୋର୍ତିମୟୀ

106

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀ ରାଜପଥରେ ଗଡିଛି ବିଭିନ୍ନ ପ୍ରଜ୍ଞାପନ ମେଢ । ଏହି ଅବସରରେ ବିଶ୍ୱର ସବୁଠୁ ବଡ ଅର୍ଦ୍ଧ ସାମରିକ ବାହିନୀ ସିଆରପିଏଫର ପ୍ରଜ୍ଞାପନ ମେଢ ଗଡିଛି । ସିଆରପିଏଫର ଏହି ମାର୍ଚିଂରେ ମୋଟ୍ ୧୮ ଜଣ ଯବାନ ରହିଥିଲେ ।

ଯେଉଁଥିରେ ୫ ଜଣ ମହିଳା ଥିଲେ । ଏହି ୫ ମହିଳାଙ୍କ ମଧ୍ୟରୁ ଦୁଇ ଜଣ ଓଡିଆ ରହିଛନ୍ତି । ଜଣେ ଢେଙ୍କାନାଳ ଜିଲ୍ଲାର ପ୍ରିୟଦର୍ଶିନୀ ଏବଂ ଅନ୍ୟ ଜଣେ ଜ୍ୟୋର୍ତିମୟୀ ସାହୁ । ଦୁଇ ଓଡିଆ ମହିଳା ଏବେ ସିଆରପିଏଫ କନେଷ୍ଟବଳ ରୂପେ ଅବସ୍ଥାପିତ ଅଛନ୍ତି । ପ୍ରିୟଦର୍ଶନୀ କ୍ରମାଗତ ଭାବେ ଦୁଇ ବର୍ଷ ଧରି ପ୍ରଜ୍ଞାପନ ମେଢରେ ମାର୍ଚିଂ କଂଟିଜେଂଟରେ ଚୟନ ହୋଇଛନ୍ତି । ୨୦୨୦ ସାଧାରଣତନ୍ତ୍ର ଦିବସ ପରେଡରେ ସିଆରପିଏଫର ଅଲ୍ ୱିମେନ ବାଇକର୍ସ କଂଟିଜେଂଟରେ ଡେୟାର ଡେଭିଲ ଷ୍ଟଂଟ ପଦର୍ଶନରେ ପ୍ରିୟଦର୍ଶନୀ ବେଶ ପ୍ରଶଂସା ସାଉଁଟିଥିଲେ ।