ରାଜ୍ୟରେ ପୁଣି ଉପରମୁହାଁ କରୋନା : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ପୁଣି ଆସିପାରେ ନୂଆ ଭାରିଆଣ୍ଟ; ଏବେ କମିବନି କରୋନା

621

କନକ ବ୍ୟୁରୋ : ରାଜ୍ୟରେ ପୁଣି ଉପରମୁହାଁ କରୋନା । ସଂକ୍ରମଣ ସ୍ଥିତି ନେଇ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, କୋଭିଡର କେବେ ବି ଅନ୍ତ ହେବ ନାହିଁ । ଭାଇରସର ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ଆସିବ । କାରଣ ଭାଇରସ୍ ତାର ଚରିତ୍ର ବଦଳାଇ ଥାଏ । ଆଲଫା ପରେ ଡେଲଟା ଓ ତାର ସବ ଭାରିଆଣ୍ଟ ଆସିଲା ତା ପରେ ଓମିକ୍ରନ ଏବଂ ତାର ସବ ଭାରିଆଣ୍ଟ ଆସିଛି ।

ଏମିତି ବି ଏବେ ହୋଇଥିବ ଅନେକ ନୂଆ ଭାରିଆଣ୍ଟ ଥିବ ଆମେ ଜାଣି ନଥିବା । ଓମିକ୍ରନର ପ୍ରଭାବ କମିଗଲେ ହୁଏତ ନୂଆ ଭାରିଆଣ୍ଟ ଆସିପାରେ । ବର୍ତ୍ତମାନ ବି କୋଭିଡ ଉପରେ ଗବେଷଣା ଚାଲିଛି । ଯେବେ ପାଣ୍ଡେମିକ ବା କୌଣସି ଭ୍ୟାରିଏଣ୍ଟ ଖସେ ତାହା ତଳ ଉପର ହୋଇଥାଏ। ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ତଳ ଉପର ହେବାରେ ଲାଗିଛି। ମାତ୍ର ଏଥିପାଇଁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ।

ସେପଟେ, ୨୪ ଘଂଟାରେ ୭ହଜାର ୪୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୪ହଜାର ୩୦୬ଜଣ ଏବଂ ସ୍ଥାନୀୟ ସଂକ୍ରମଣ ରହିଛି ୩ହଜାର ୧୨୦ । ଖୋର୍ଦ୍ଧାରୁ ସର୍ବାଧିକ ୧୯୫୯ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ପଛକୁ ସୁନ୍ଦରଗଡରୁ ୭୭୮ ମାମଲା ସାମ୍ନାକୁ ଆସିଛି । ସେହିପରି କଟକରୁ ୫୪୮, ବାଲେଶ୍ୱରରୁ ୪୯୬, ନୟାଗଡରୁ ୨୪୫, କଳାହାଣ୍ଡିରୁ ୧୮୮, ମୟୁରଭଞ୍ଜରୁ ୧୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୨୫ ହଜାର ୨୬୮ରେ ପହଂଚିଛି । ସକ୍ରିୟ ମାମଲା ରହିଛି ୭୪ ହଜାର ୫୧୨ । ସୁସ୍ଥ ହୋଇଛନ୍ତି ୧୧ ଲକ୍ଷ ୪୨ ହଜାର ୧୬୧ଜଣ । ୨୪ ଘଂଟାରେ ୬୫ ହଜାର ୨୫୦ ନମୁନା ପରୀକ୍ଷା ହୋଇଛି ।