ନୂଆ ବର୍ଷରେ ରାତି ଅଧରେ ମିଳିବ ମଦ । ରାତି ୧ଟା ପର୍ଯ୍ୟନ୍ତ ବିକ୍ରି ହେବ ମଦ, ଅବକାରୀ ବିଭାଗର ଗ୍ରୀନ୍ ସିଗନାଲ ।

1,545

କନକ ବ୍ୟୁରୋ : ନୂଆବର୍ଷରେ ରାତିଅଧରେ ବି ମିଳିବ ମଦ । ଅଧ ରାତି ପର୍ଯ୍ୟନ୍ତ ବିକ୍ରି ହେବ ମଦ । ନୂଆବର୍ଷରେ ରାତି ୧ଟା ପର୍ଯ୍ୟନ୍ତ ମଦ ବିକ୍ରିକୁ ମଞ୍ଜୁରୀ ଦେଇଛି ଅବକାରୀ ବିଭାଗ । ତେବେ କେବଳ ବାରରେ ହିଁ ମଦ ବିକ୍ରି ହୋଇପାରିବ । ଏନେଇ ଅବକାରୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ସ୍ପଷ୍ଟ କରିଛନ୍ତି ଅତିରିକ୍ତ ସଚିବ ତ୍ରିବିକ୍ରମ ପ୍ରଧାନ ।

ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଇଛି । ପୁରୁଣା ବର୍ଷକୁ ବିଦାୟ ଦେବା ପୂର୍ବରୁ ଲୋକେ ଅଧରାତି ପର୍ଯ୍ୟନ୍ତ ମନୋରଞ୍ଜନ କରିବେ । ତେଣୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖାଯାଇ ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଇଛି । କଟକ, ଭୁବନେଶ୍ୱର ଓ ପୁରୀ ମ୍ୟୁନିସପାଲଟି  ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । କେବଳ ନୂଆବର୍ଷ ରାତି ୧ଟା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ଜାରି ରହିବ ।

ନୂଆବର୍ଷକୁ ଦୃ୍ଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା ବେଳେ ଅନ୍ୟ ଦିନରେ ପୂର୍ବ ନିୟମ ଅନୁଯାୟୀ ବାର୍ ଖୋଲା ରହିବ । ଅନ୍ୟ ଦିନରେ ମଦ ବିକ୍ରି ପାଇଁ ସମୟ ଅବଧି ବୃଦ୍ଧି କରାଯିବନି ବୋଲି ସ୍ପଷ୍ଟ କରାଯାଇଛି ।  ଏସବୁ ଭିତରେ ନୂଆବର୍ଷକୁ ସେଲିବ୍ରେସନ କରିବାକୁ ଚାରିଆଡେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଜିରୋନାଇଟକୁ ମନଭରି ଉପଭୋଗ କରିବାକୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ଦେଖିବାକୁ ମିଳୁଛି । ତେବେ ନୂଆବର୍ଷ ପାଳନକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ଓ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି ।