କନକ ବ୍ୟୁରୋ : ହାଜର ହେବେ ରବି ଶର୍ମା। ଭିଜିଲାନ୍ସ ନୋଟିସର ଜବାବରେ ପ୍ରତିକ୍ରିୟା ରଖିଛନ୍ତି ଲିକିଂ ଡଟ୍ ଇନ୍ ସଦସ୍ୟ ରବି ଶର୍ମା । କହିଛନ୍ତି, ଆସନ୍ତା ମଙ୍ଗଳବାର ସୁଦ୍ଧା ସେ ଭିଜିଲାନ୍ସରେ ହାଜର ହେବେ । ଏନେଇ ସେ ଚିଠି ଲେଖି ଜଣାଇ ସାରିଛନ୍ତି । ଭିଜିଲାନ୍ସରେ ହାଜର ହେବାକୁ ପୂର୍ବରୁ ତିନି ତିନି ଥର ଲଟକା ମାରିଥିଲା ତଦନ୍ତକାରୀ ସଂସ୍ଥା।
Kanak News is now on WhatsApp
Join and get latest news updates delivered to you via WhatsApp
ଅପରେସନ୍ ବ୍ଲାକ୍ ସ୍ପଟ୍ କରି ଚାରି ଚାରିଜଣ ବିଧାୟକଙ୍କ ମୁଖା ଖୋଲିଥିବା ଲିକିଂ ଡଟ୍ ଇନର ସଦସ୍ୟ ରବି ଶର୍ମାଙ୍କ ଘର ସାମ୍ନାରେ ଆଜି ତୃତୀୟ ଥର ପାଇଁ ନୋଟିସ ଲଗାଇଛି ଭିଜିଲାନ୍ସ । ଆସନ୍ତାକାଲି ହାଜର ହେବାକୁ ନୋଟିସରେ ଉଲେଖ ରହିଛି । ଗତକାଲି ସଂଧ୍ୟାରେ ଭିଜିଲାନ୍ସ ତାଙ୍କ ଭୁବନେଶ୍ୱରସ୍ଥିତ ଭଡା ଘର ସାମ୍ନାରେ ନୋଟିସ ମାରିଥିଲା । ଆଜି ସକାଳ ୧୧ ଟା ସୁଦ୍ଧା ହାଜର ହେବାକୁ ନିର୍ଦେଶ ଦିଆଯାଇଥିଲା । ତେବେ ରବି ଶର୍ମା ହାଜର ନହେବାରୁ ଆଜି ପୁଣି ଥରେ ନୋଟିସ ମାରିଛି ଭିଜିଲାନ୍ସ । ଏହା ପୂର୍ବରୁ ରବିଙ୍କୁ ନୋଟିସ ନକରି ତାଙ୍କ ଘରୁ କିଛି ଡକୁମେଂଟ୍ସ ଓ ହାର୍ଡ ଡିସ୍କ ଜବତ କରିଛି ଭିଜିଲାନ୍ସ । ଯାହାକୁ ନେଇ ଆପତି ଉଠାଇଥିଲେ ରବି। ଏପରିକି ସେ କନକ ନ୍ୟୁଜକୁ ଫୋନଯୋଗେ ସାକ୍ଷାତକାର ଦେଇ କହିଥିଲେ, ମୁଁ ଫେରାର ନୁହେଁ , ଡାକିଲେ ତଦନ୍ତରେ ସହଯୋଗ କରିବି।