ଓଡିଶାର ଯମୁନାମଣୀଙ୍କ କଥା ଆପଣ ଶୁଣିଥିବେ । ଯାହାଙ୍କ ସେବା ମନବୃତିକୁ ଦେଖି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ମୁଣ୍ଡ ନୁଆଁଇ ଥିଲେ । ସେମିତି ଜଣେ ଯମୁନାମଣୀଙ୍କ କାହାଣୀ ଆସିଛି ଅଲନାଭରରୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଶିକ୍ଷୟତ୍ରୀ ସୁମିତ୍ରା କୋଲୁରୁ । ଘରଠାରୁ ୧୦କିଲୋମିଟର ଦୂରରେ ତାଙ୍କ ସ୍କୁଲ । ହେଲେ କେବେ ବି କହିନାହାଁନ୍ତି ବଦଳି ପାଇଁ । ବଂର ପ୍ରତିଦିନ ୧୦ କି.ମି. ପାଦରେ ଚାଲି ସେ ପିଲାଙ୍କୁ ପଢାଇବାକୁ ସ୍କୁଲ ଯାଆନ୍ତି ।ସୁମିତ୍ରା ପାଠ ପଢାଉଥିବା ସ୍କୁଲଟି ଘଂଚ ଜଙ୍ଗଲ ଭିତରେ । ଅନେକ ଥର ଜଙ୍ଗଲୀଜୀବଙ୍କ ଦ୍ୱାରା ଆକ୍ରମଣର ଶିକାର ବି ହୋଇଛନ୍ତି ସୁମିତ୍ରା । ତେବେ ଏସବୁକୁ ଖାତିର କରିନାହାଁନ୍ତି ସେ । କାରଣ ଶିକ୍ଷକତା କେବଳ ବୃତି ନୁହେଁ ବ୍ରତ ପାଲଟିଛି ତାଙ୍କ ପାଇଁ ।
୨୦୦୫ ରେ ଚାକିରୀ ଜୀବନ ଆରମ୍ଭ କରିଥିଲେ ସୁମିତ୍ରା । ଅଲନାଭରରେ ରହୁଥିବା ଏହି ମହିଳା ଜଣଙ୍କ ଦୋରି ପର୍ଯ୍ୟନ୍ତ ବସରେ ଯାଆନ୍ତି । ଆଉ ସେଠାରୁ ସ୍କୁଲ ପର୍ଯ୍ୟନ୍ତ ପାଦଚଲା ରାସ୍ତା ।
ତେବେ ସୁମିତ୍ରାଙ୍କ ଏ ଅଭିଯାନ ପଛରେ ରହିଛି ଏକ ବଡ ସଂକଳ୍ପ । ବଣଜଙ୍ଗଲ ଘେରା ପରିବେଶରେ ରହୁଥିବା ପିଲାଙ୍କୁ ଏକ ସୁନ୍ଦର ଭବିଷ୍ୟତ ପାଇଁ ବାଟ ଦେଖାଇବା ।