ପୁଲିସକୁ ଭୂଆଁ ବୁଲାଇବା ପାଇଁ ଅନୁପ ସାଏଙ୍କ ବୁଢ଼ିଆଣୀ ଜାଲ : ଦୋଷ ମାନିବାକୁ ଅଭିଯୁକ୍ତ ନାରାଜ, ଏପଟେ ଗୁମର ଖୋଲିବାକୁ ନାର୍କୋଟେଷ୍ଟ ଉପରେ ପୁଲିସର ଭରସା 

600

କନକ ବ୍ୟୁରୋ : ଅନୁପ ସାଏ ଓ ତାଙ୍କର ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ନେଇ ପୂରା ଘଟଣାକୁ ଯୋଡିବାକୁ ଚାହୁଁଛି ରାୟଗଡ଼ ପୋଲିସ । ମାମଲା ଯେତିକି ଆଗକୁ ଆଗକୁ ଯାଉଛି, ପୋଲିସ ପାଇଁ ଚ୍ୟାଲେଂଜ ସେତିକି ସେତିକି ବଢୁଛି । ଅନୁପ ସାଏଙ୍କ ପରିବାର ଓ ତାଙ୍କ ଓକିଲ କହିଛନ୍ତି, ଅନୁପ ନିର୍ଦ୍ଦୋଷ, ତାଙ୍କୁ ଫସାଇ ଦିଆଯାଇଛି । ଏପଟେ କଳ୍ପନା ଓ ତାଙ୍କ ଝିଅଙ୍କ ମୃତଦେହକୁ ପ୍ରଥମେ ଦେଖିଥିବା ବ୍ୟକ୍ତି କନକ ନ୍ୟୁଜ ଆଗରେ ବର୍ଣ୍ଣନା କରିଛନ୍ତି ।

ଅପରାଧର ପୂରା ଫର୍ଦ୍ଦ ପ୍ରସ୍ତୁତ କରିବାକୁ ପୋଲିସ ପାଇଁ ଚ୍ୟାଲେଂଜ ବଢ଼ି ବଢ଼ି ଚାଲିଛି  ।  ଅନୁପଙ୍କ ଅପରାଧ ପ୍ରମାଣ ପାଇଁ 

ପୋଲିସ ଆଗରେ କ’ଣ ରହିଛି ଚ୍ୟାଲେଂଜ?

୪ ବର୍ଷ ତଳର ମାମଲା

ତେଣୁ ଘଟଣାସ୍ଥଳର ପାରିପାଶ୍ୱିର୍କ ପ୍ରମାଣ ସଂଗ୍ରହ କଷ୍ଟ

ହତ୍ୟାକାଣ୍ଡରେ ବ୍ୟବହୃତ ହତିଆର ମିଳିନାହିଁ

ଅନୁପ ଓ ତାଙ୍କ ଡ୍ରାଇଭରଙ୍କ ବୟାନରେ ରହୁନି ତାଳମେଳ

ଅପରାଧର ପୂରା ନକ୍ସା ପ୍ରସ୍ତୁତ କରିବା

ଅନୁପଙ୍କ ନାର୍କୋ ଟେଷ୍ଟ କରି ପୂରା ଘଟଣା ଉପରୁ ପର୍ଦ୍ଦା ଉଠାଇବାକୁ ଚାହୁଁଛି ରାୟଗଡ଼ ପୋଲିସ  । ଏଥିପାଇଁ କୋର୍ଟର ଅନୁମତି ପୋଲିସ ଚାହୁଁଥିବା ବେଳେ ଅନୁପ ସାଏଙ୍କ ଓକିଲ କହିଛନ୍ତି, ଏହାକୁ କୋର୍ଟରେ ଚ୍ୟାଲେଂଜ କରାଯିବ  । ଅନୁପ ନିଜକୁ ନିର୍ଦ୍ଦୋଷ କହୁଥିବା ଜଣାଇଛନ୍ତି ଓକିଲ । ସେପଟେ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଅନୁପଙ୍କ ପରିବାର  ।

ପ୍ରଥମେ କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅ ବବ୍ଲିଙ୍କ ମୃତଦେହକୁ ଦେଖିଥିଲେ କମଳେଶ ଗୁପ୍ତା । ୪ ବର୍ଷ ତଳେ ଯେତେବେଳେ ହତ୍ୟାକାଣ୍ଡ ହୋଇଥିଲା, ସେତେବେଳେ ସମ୍ବଲପୁରୀ ଗାଁର ସରପଂଚ ଥିଲେ କମଳେଶ । ସେ କହିଛନ୍ତି, ମୃତଦେହ ଏତେ ବିକୃତ ହୋଇଥିଲା ଯେ ତାକୁ ଦୁର୍ଘଟଣା ବୋଲି ପ୍ରଥମେ ଭାବୁଥିଲେ ।  ଏପଟେ ରାୟଗଡ଼ ପୋଲିସ ଜବତ କରିଥିବା କଳା ରଙ୍ଗର ଇନୋଭା ଗାଡ଼ି ଆଗ ଓ ପଛରେ ୩୦୨ ହତ୍ୟାକାଣ୍ଡ ଦଫା ସହ ଅନ୍ୟାନ୍ୟ ସଂଗୀନ ଦଫା ଲଗାଯାଇଥିବା ଦେଖିବାକୁ ମିଳିଛି ।