ଚାଷୀ ମୃତ୍ୟୁ ନେଇ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ: କହିଲେ, ଚାଷୀ ମୃତ୍ୟୁର ସମସ୍ତ ତଥ୍ୟ ଦିଆଯାଇଛି, ତଥାପି ତଥ୍ୟ ନଥିବା କହୁଛି ବିଜେପି

83

କନକ ବ୍ୟୁରୋ: ଚାଷୀ ଆନ୍ଦୋଳନରେ କେତେଜଣଙ୍କ ମୃତ୍ୟୁ ହୋଇଛି ସେନେଇ କେନ୍ଦ୍ର ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିବା ପରେ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । କହିଛନ୍ତି ତାଙ୍କ ସରକାର ଥିବା ପଂଜାବରେ ୪୦୩ ଜଣ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଇଛି ଏବଂ ୧୫୨ଜଣଙ୍କୁ ଚାକିରୀ ଦିଆଯାଇଛି । ଅନ୍ୟରାଜ୍ୟରୁ ୧୦୦ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ତାଙ୍କ ପାଖରେ ଥିବା ମଧ୍ୟ କହିଛନ୍ତି ରାହୁଲ ।

ସରକାରଙ୍କ ପାଖରେ କୃଷକ ଆନ୍ଦୋଳନ ସମୟରେ ମୃତ୍ୟୁ ବରଣ କରିଥିବା ଚାଷୀଙ୍କର ବିଷୟରେ କିଛି ତଥ୍ୟ ଅଛି କି? ସରକାର ସେମାନଙ୍କୁ କୌଣସି ପ୍ରକାରର ସହାୟତା ଦେବାପାଇଁ ଚିନ୍ତା କରୁଛନ୍ତି କି? ଏହାର ଜବାବରେ ମନ୍ତ୍ରୀ କହିଥିଲେ ଆନ୍ଦୋଳନବେଳେ କେତେଜଣଙ୍କ ମୃତ୍ୟୁ ହୋଇଛି ସେନେଇ କୌଣସି ତଥ୍ୟ ନାହିଁ, ତେଣୁ କ୍ଷତିପୂରଣ ଦେବାର କୌଣସି ପ୍ରଶ୍ନ ଉଠୁ ନାହିଁ ।

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିଲା ଏବଂ ୩୨୮ ଦିନ ପରେ କେନ୍ଦ୍ର ସରକାର ଆଇନ ପ୍ରତ୍ୟାହାର କରିଦେଇଥିଲେ । କିନ୍ତୁ ସର୍ବନିମ୍ନ ସହାୟକମୂଲ୍ୟ ଉପରେ ଆଇନ୍ ଏବଂ ମୃତଚାଷୀଙ୍କୁ କ୍ଷତିପୂରଣ ଦାବିରେ ଏହି ଆନ୍ଦୋଳନ ଏବେ ବି ଜାରି ରହିଛି ।