ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ, ଆକ୍ସନ ମୋଡରେ ଦିଲ୍ଲୀ ସରକାର

91

କନକ ବ୍ୟୁରୋ: ଦିଲ୍ଲୀ ବାୟୁ ପ୍ରଦୁଷଣ ମାମଲାରେ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ସନା ପରେ କେନ୍ଦ୍ରସରକାରଙ୍କ ତତ୍ପରତା ଦେଖାଦେଇଛି । ଉଚ୍ଚ ନ୍ୟାୟାଳୟଙ୍କ ଚରମବାଣି ପରେ କେନ୍ଦ୍ର ସରକାର କାଯ୍ୟକାରୀ ଟ୍ୟାକ୍ସ ଫୋର୍ସ ଗଠନ କରିଛନ୍ତି ।

ଦିଲ୍ଲୀ ବାୟୁ ପ୍ରଦୂଷଣ ପାଇଁ ଆକସନ ମୋଡରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଦିଲ୍ଲୀ-ଏନସିଆରରେ ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ ସର୍ବୋଚ୍ଚ ନାୟାଳୟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ଦେଇଥିଲେ ଚରମବାଣୀ । ଖାଲି ସେତିକି ନୁହେଁ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ୨୪ ଘଂଟା ଭିତରେ ଆକ୍ସନ୍ ନେବାକୁ ଚେତାବନୀ ଦେଇଥିଲେ କୋର୍ଟ । ଏହାର ତୁରନ୍ତ ପ୍ରତିକ୍ରିୟାରେ ବାୟୁର ଗୁଣବତା ପରିଚାଳନା ଆୟୋଗ ରାଜଧାନୀ ଓ ଏହାର ଆଖପାଖ ଅଂଚଳରେ ବାୟୁରମାନକୁ ନିୟନ୍ତ୍ରଣରେ ଆଣିବା ପାଇଁ କାର୍ଯ୍ୟକାରୀ ଟ୍ୟାକ୍ସ ଫୋର୍ସ ଓ ଫ୍ଲାଇଙ୍ଗ ସ୍କ୍ୱାର୍ଡକୁ ନିୟୋଜିତ କରାଯାଇଛି । ଶୁକ୍ରବାର ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ରାଜଧାନୀରେ ନିର୍ମାଣ କାମ ବନ୍ଦ ରହିଥିବାବେଳେ ହସ୍ପିଟାଲ ଗୁଡିକର ନିର୍ମାଣ କାମ ଜାରି ରଖିବାକୁ କହିଛନ୍ତି ସର୍ବୋଚ୍ଚନାୟାଳୟ ।

ସରକାରଙ୍କ ଦ୍ୱାରା ବାୟୁ ପ୍ରଦୂଷଣକୁ ନେଇ ଅଣାଯାଇଥିବା ଗାଇଡଲାଇନ ନମାନିଲେ ଏଥର କାର୍ଯ୍ୟାନୁଷ୍ଠାନ ନିଆଯିବ । କୌଣସି ସଂସ୍ଥା କିମ୍ବା ବ୍ୟକ୍ତିବିଶେଷ ନିୟମକୁ ଉଲଂଘନ କଲେ ଭୋଗିବାକୁ ପଡିବ ଦଣ୍ଡ । ବାୟୁ ପ୍ରଦୁଷଣ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଗୁରୁବାର ୧୭ ଟି ଫ୍ଲାଇଙ୍ଗ ସ୍କାର୍ଡଙ୍କୁ ଦାୟିତ୍ୱ ଦିଆଯାଇଛି । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଂଜାବ ଗସ୍ତରେ ଥିବାବେଳେ ସେଠାରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଦିଲ୍ଲୀରେ ୨ ଲକ୍ଷ୭୫ ହଜାର ସିସିଟିଭି କ୍ୟାମେରା ଖଂଜା ଯାଇଛି । ଆହୁରି ଦେଢ ଲକ୍ଷ ସିସିଟିଭି ଲଗାଯିବାର ଯୋଜନା ରହିଛି ।

ଫଳରେ ବାୟୁ ପ୍ରଦୂଷଣକୁ ନେଇ ଲଗାଯାଇଥିବା ଗାଇଡଲାଇନ୍ କିଏ ଯଦି ପାଳନ ନକରନ୍ତି ତାହାଲେ ସେମାନେ ସିସିଟିଭିରେ କଏଦ ହେବେ । ସେପଟେ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ନେତା ମନୋଜ ତିୱାରୀ କହିଛନ୍ତି ଦିଲ୍ଲୀରେ ବାୟୁ ପ୍ରଦୂଷଣ ଭଳି ଏତେ ବଡ ସମସ୍ୟା ଥିବାବେଳେ ମୁଖ୍ୟମନ୍ତ୍ରୀ କିପରି ପଂଜାବ ରାଜନୀତିରେ ମାତିଛନ୍ତି । ଦିଲ୍ଲୀ ବାୟୁ ପ୍ରଦୁଷଣ ର ଖରାପ ମାନ ଏବେ ସୁଦ୍ଧା ସୁଧୁରିବାର ନାଁ ଧରୁନି । ସୁପ୍ରିମକୋର୍ଟ ବାରମ୍ବାର ସରକାରଙ୍କ କାର୍ଯ୍ୟପନ୍ଥାକୁ ନେଇ ତାଗିଦ କରିବା ପରେ ସଜାଗ ହୋଇଛନ୍ତି ସରକାର ।