ଏଏସଆଇର ଦୁଇଟି ଆଭିମୁଖ୍ୟକୁ ନେଇ ପ୍ରଶ୍ନ। ହାଇକୋର୍ଟରେ ଗୋଟିଏ କଥା, ସୁପ୍ରିମକୋର୍ଟରେ ଭିନ୍ନ କଥା । 

177

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବା ଏଏସଆଇର ଡବଲରୋଲକୁ ନେଇ ଏବେ ଚର୍ଚ୍ଚା। ହାଇକୋର୍ଟରେ ଏଏସଆଇ ଗୋଟିଏ କଥା କହିଥିଲା, କିନ୍ତୁ ସୁପ୍ରିମକୋର୍ଟରେ ଏଏସଆଇ ସଂପୂର୍ଣ୍ଣ ଭିନ୍ନ କଥା କହିଛି। ହାଇକୋର୍ଟରେ ଏଏସଆଇ ଅଧିକାରୀ କହିଥିଲେ, ଏହି ଖନନ ପାଇଁ ଅନୁମତି ଦିଆଯାଇ ନାହିଁ ।

ପୁରୀ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସଆଇ କହିଥିଲା, 

୧-  ପତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମନ୍ଦିର ପାଖରେ ଖନନ ପାଇଁ ଆବଶ୍ୟକୀୟ ଅନୁମତି ଦିଆଯାଇନାହିଁ 

୨- ଓଡ଼ିଶା ବ୍ରିଜ କନଷ୍ଟ୍ରକସନ୍ କର୍ପୋରେସନ୍- ଓବିସିସିର ଖନନ ଓ ମାଟିଉଠା ଫଳରେ ଐତିହ୍ୟସ୍ଥଳକୁ କ୍ଷତି ପହଂଚି ଥାଇପାରେ 

୩- ଜାତୀୟ ସ୍ମାରକୀ ପ୍ରାଧିକରଣ- ଏନଏମଏକୁ ଦେଖା ଯାଇଥିବା ଡିଜାଇନ ଓ ପରିବର୍ତ୍ତିତ ଡିପିଆରକୁ ବଦଳାଇ ଦିଆଯାଇଛି

କିନ୍ତୁ ସୁପ୍ରିମକୋର୍ଟ, ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି, ଯେ ଏହି ଖନନଦ୍ୱାରା ଶ୍ରୀମନ୍ଦିରରେ କୌଣସି କ୍ଷତିହେବ ନାହିଁ ବୋଲି ଏଏସଆଇ ସ୍ପଷ୍ଟ କରିଛି। ସୁପ୍ରିମକୋର୍ଟ ତାଙ୍କ ରାୟରେ ଏଏସଆଇର ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତଙ୍କ ସତ୍ୟପାଠ ଉଲ୍ଲେଖ କରିଛନ୍ତି । ଯେଉଁଥିରେ ଏଏସଆଇ କହିଛି, ଟଏଲେଟ, ଡ୍ରେନ ଓ ବିଦ୍ୟୁତ କାମ କରିବାରେ କୌଣସି ଅସୁବିଧା ନାହିଁ, ଏହାଦ୍ୱାରା ଶ୍ରୀମନ୍ଦିରକୁ କୌଣସି କ୍ଷତି ପହଂଚିବ ନାହିଁ । ଶ୍ରୀମନ୍ଦିର ନିକଟରେ ଖନନ ଓ ନିର୍ମାଣ କାମର କଣ ପ୍ରଭାବ ପଡିବ ସେନେଇ ଏସଆଇର ଦୁଇଟି ଆଭିମୁଖ୍ୟ ପୁଣି ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି ।