ଅନାଇଛି ପୋଲିସ, ମୂର୍ତ୍ତି ନେଇଗଲା ଚୋର । ପୋଲିସ ଉପସ୍ଥିତିରେ କେମିତି ହେଲା ମୂଲ୍ୟବାନ ମୂର୍ତ୍ତିର ଚୋରି ? ଉଠିଲା ପ୍ରଶ୍ନ…

273

କନକ ବ୍ୟୁରୋ: ମନ୍ଦିର ବାହାରେ ପୁଲିସ ଜଗିଛି, ହେଲେ ମନ୍ଦିରରେ ପଶି କଳାକନା ବୁଲାଇଛି ଚୋର । ପୁରୀ ଜିଲ୍ଲା ପିପିଲି ବ୍ଲକ ନୂଆ ଶାସନ ଗାଁର ବହୁ ପ୍ରାଚୀନ ଲକ୍ଷ୍ମୀନୃସିଂହ ମନ୍ଦିରରୁ ଚୋରି ହୋଇଥିବା ଖବର ପରେ ଉତ୍ତେଜନା ଦେଖା ଦେଇଛିି । ନରସିଂହ ଦେବଙ୍କ ସମୟରେ ନିର୍ମିତ ଲକ୍ଷ୍ମୀନୃସିଂହ ମନ୍ଦିରରୁ ୧୫ଟି ଅଷ୍ଟଧାତୁମୂର୍ତି ସହ ଠାକୁରଙ୍କ ମୁକୁଟ, ଖଡୁ ଓ ଦାନବାକ୍ସରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବଡ କଥା ହେଉଛି ମନ୍ଦିର ସାମ୍ନା ଗେଟରେ ଦୁଇ ପୁଲିସ କର୍ମଚାରୀ ପହରା ଦେଉଥିଲା ବେଳେ ମନ୍ଦିର ପଛପଟ ଗେଟ୍ ଭାଙ୍ଗି ମନ୍ଦିରରେ ପଶି ଲୁଟପାଟ୍ କରିଛନ୍ତି ବଦମାସ । ପୁଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି ।

ସୁବର୍ଣ୍ଣପୁରରୁ ଚୋରି ପ୍ରାଚୀନ ମୂର୍ତ୍ତିର୍ି ଉଦ୍ଧାର କଲା ସିବିଆଇ । ୪୦ ବର୍ଷ ବିତିଥିଲେ ମନ୍ଦିରକୁ ଫେରିଲାନି ମୂର୍ତ୍ତି । ସୁବର୍ଣ୍ଣପୁର ସହରର ଅଷ୍ଟବିଷ୍ଣୁ ଶ୍ରୀଗୋପାଳଜୀଙ୍କ ମନ୍ଦିରରୁ ଚୋରି ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର ହୋଇଛି, କିନ୍ତୁ ପ୍ରଶାସନିକ ଉଦାସୀନତା ଯୋଗୁଁ ମନ୍ଦିରକୁ ମୂର୍ତ୍ତି ଫେରି ପାରୁ ନାହିଁ । ଦୀର୍ଘ ବର୍ଷ ହେଲା ବିନା ପୂଜାରେ ମୂର୍ତ୍ତି ଗୁଡିକ ସିବିଆଇର ମାଲଖାନାରେ ପଡି ରହିଛି । ଚୌହାନ ଶାସକ ମଦନ ଗୋପାଳଙ୍କ ଶାସନ ସମୟରେ ନିର୍ମିତ ଅଷ୍ଟବିଷ୍ଣୁ ଗୋପାଳଜୀ ମନ୍ଦିରରୁ ୧୯୮୨ମସିହାରେ ଗୋପୋଳଜୀଙ୍କ ମୂର୍ତି ସମେତ ୧୨ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା । କିଛି ଦିନ ପରେ ଦିଲ୍ଲୀରୁ ଚୋରି ମୂର୍ତ୍ତି ଉଦ୍ଧାର କରିଥିଲା ସିବିଆଇ । ଏହାପରେ ମାମଲା ଭୁବନେଶ୍ୱର ସିବିଆଇକୁ ହସ୍ତାନ୍ତର ହୋଇଥିଲା, ମନ୍ଦିରର ପୂଜକଙ୍କୁ ଡାକି ଚିହ୍ନଟ ପରେ ମୂର୍ତ୍ତି ସୁବର୍ଣ୍ଣପୁର ମନ୍ଦିରର ବୋଲି ସ୍ପଷ୍ଟ ହୋଇଥିଲା । ୧୯୯୩ ମସିହା ଯାଏଁ ମାମଲାର ଶୁଣାଣି ଚାଲିଥିଲା, ୨୦୦୯ ମସିହାରେ ମନ୍ଦିରକୁ ମୂର୍ତ୍ତି ଫେରାଇ ଦେବା ପାଇଁ ରାୟ ଦେଇଥିଲେ ଅଦାଲତ । କିନ୍ତୁ ଜିଲ୍ଲା ପ୍ରଶାସନ ପ କ୍ଷରୁ ଚେଷ୍ଟା କରାଯାଉନଥିବାରୁ ଶ୍ରୀଗୋପାଳଜୀଙ୍କ ମୂର୍ତ୍ତି ସିବିଆଇ ମାଲଖାନାରେ ପଡି ରହିଛି । ଫେରି ପାରି ନାହିଁ ।