ବଡ ଦେଉଳ ଚାରିପାଖରେ ହେବ ଚଉଡା ରାସ୍ତା ! ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ

34

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟରେ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଥିବା ରଘୁନାଥ ଅତିଥି ବିହାର କୋଠାକୁ ଭଙ୍ଗାଯାଇ ଜମି ଅଧିଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ଚତୁର୍ପାଶ୍ୱରୁ ଜମି ଅଧିଗ୍ରହଣ ସରିଛି । ଏହି କାମ ନବକଳେବର ସମୟରେ ଆରମ୍ଭ ହୋଇଥିଲା । ପ୍ରାୟ ୭ଶହ କୋଟିର ଏକ ପ୍ରକଳ୍ପ କରାଯିବାକୁ ରାଜ୍ୟ ସରକାରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା ।

ସେହି ଆଧାରରେ ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ୩୦ ଫୁଟ୍ ଚଉଡା କରିବା ଉଦ୍ଦେଶ୍ୟରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମଣିକର୍ଣ୍ଣିକା ସାହି, କାଳିକାଦେବୀ ସାହି, ବାସେଲି ସାହି, ଚୁଡଙ୍ଗ ସାହି ଆଦି ୪ଟି ମୌଜାରୁ ଜମି ଅଧିଗ୍ରହଣ ହୋଇଛି । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀମନ୍ଦିର ଚାରିପଟରୁ ଆହୁରି ଶହେଫୁଟ୍ ଓସାର କରାଯିବାକୁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛି ଜିଲ୍ଲା ପ୍ରଶାସନ ।