ପିନାକୀ ଓ ମହେଶଙ୍କ କଟିଲା ଟିକେଟ୍ । ଢେଙ୍କାନାଳରୁ ଅବିନାଶ, ପୁରୀରୁ ଅରୁପ ପଟ୍ଟନାୟକ ବିଜେଡି ପ୍ରାର୍ଥୀ । କଟକରୁ ଲଢିବେ ସନ୍ତୃପ୍ତ ମିଶ୍ର ।

2,101

କନକ ବ୍ୟୁରୋ: ଆସିଲା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଦ୍ୱିତୀୟ ପର୍ଯ୍ୟାୟରେ ବିଜେଡି ସୁପ୍ରିମୋ ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ପୁରୀରୁ ଏଥର ବିଜେଡି ଲୋକସଭା ପ୍ରାର୍ଥୀ ହେଇଛନ୍ତି ଅରୁପ ପଟ୍ଟନାୟକ, ସେହିପରି କଟକରୁ ସନ୍ତୃପ୍ତ ମିଶ୍ର, ଯାଜପୁରରୁ ଶର୍ମିଷ୍ଠା ସେଠୀ, ଢେଙ୍କାନାଳରୁ ଅବିନାଶ ସାମଲ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ ଓ କନ୍ଧମାଳରୁ ବିଜେଡି ଲୋକସଭା ପ୍ରାର୍ଥୀ ହେଇଛନ୍ତି ଅଚ୍ୟୁତ ସାମନ୍ତ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେଡି ତା’ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୨ ଜଣ ସାଂସଦଙ୍କ ଟିକେଟ୍ କାଟିଛି । ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ସହିତ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଟିକେଟ୍ କାଟିଛି ଦଳ । ଏହି ଦୁଇ ଆସନରେ ଏବେ ଯଥାକ୍ରମେ ଅରୁପ ପଟ୍ଟନାୟକ ଓ ଅବିନାଶ ସାମଲ ଲୋକସଭା ନିର୍ବାଚନ ଲଢିବେ । ତା ସହିତ ସାଂସଦ ଭର୍ତ୍ତୁହରି ମହତାବ ଦଳରୁ ଇସ୍ତଫା ଦେବା ପରେ ଏବେ କଟକ ଲୋକସଭା ଆସନରୁ ବିଜେଡି ଟିକେଟରେ ଲଢିବେ ସନ୍ତୃପ୍ତ ମିଶ୍ର ।

ସେହିପରି ଦଳ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉପରେ ପୁଣିଥରେ ଭରସା କରିଛି । ଏହି ୩ ନେତାଙ୍କୁ ଦଳ ପୁଣିଥରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି ।

ସୂଚନାଯୋଗ୍ୟ ଯେ, ଏହାକୁ ମିଶାଇ ବିଜେଡି ଏବେ ୧୫ଟି ଲୋକସଭା ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିଛି । ଏହି ୧୫ଟି ଲୋକସଭା ଆସନ ମଧ୍ୟରୁ ୪ଟି ଆସନରେ ଦଳ ପୁରୁଣା ପ୍ରାର୍ଥୀଙ୍କୁ ରିପିଟ୍ କରିଥିବାବେଳେ, ୧୧ଟି ଆସନରେ ନୂଆ ମୁହଁ ଦେଇଛି । ତେବେ ଦଳର ଏହି ଫର୍ମୁଲା କେତେ କାମ କରୁଛି ତାହା ଦେଖିବାକୁ ବାକି ରହିଲା

ବିଜେଡିର ଲୋକସଭା ପ୍ରାର୍ଥୀ ତାଲିକା

  1. କଳାହାଣ୍ଡି- ଲମ୍ବୋଦର ନିଆଲ
  2. ସମ୍ବଲପୁର- ପ୍ରଣବ ପ୍ରକାଶ ଦାସ
  3. ସୁନ୍ଦରଗଡ- ଦିଲ୍ଲୀପ ତିର୍କୀ
  4. ମୟୂରଭଂଜ- ସୁଦାମ ମାର୍ଣ୍ଡି
  5. ଭୁବନେଶ୍ୱର- ମନ୍ମଥ ରାଉତରାୟ
  6. କେନ୍ଦ୍ରାପଡା- ଅଂଶୁମାନ ମହାନ୍ତି
  7. କୋରାପୁଟ- କୌଶଲ୍ୟା ହିକକା
  8. ନବରଙ୍ଗପୁର- ପ୍ରଦୀପ ମାଝୀ
  9. ଆସିକା- ରଞ୍ଜିତା ସାହୁ
  10. ପୁରୀ – ଅରୂପ ପଟ୍ଟନାୟକ
  11. ଜଗତସିଂହପୁର – ରାଜଶ୍ରୀ ମଲ୍ଲିକ
  12. କଟକ – ସଂତୃପ୍ତ ମିଶ୍ର
  13. ଢେଙ୍କାନାଳ – ଅବିନାଶ ସାମଲ
  14. କନ୍ଧମାଳ – ଅଚ୍ୟୁତ ସାମନ୍ତ
  15. ଯାଜପୁର – ଶର୍ମିଷ୍ଠା ସେଠୀ