ସ୍ନାନ ମଣ୍ଡପରେ ଶ୍ରୀଜିଉଙ୍କୁ ସ୍ପର୍ଶ ପ୍ରସଙ୍ଗ : ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିବ ଦଇତାପତି ନିଯୋଗ

46

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଜଗାକୁ ଛୁଇଁବା ମନା । ଚଳିତ ଥର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କୁ ସ୍ପର୍ଶ କରିବା ଉପରେ ଶ୍ରୀମନ୍ଦିର ପ୍ରଶାସନର କଟକଣା ପରେ ଜୋରଧରିଛି ବିବାଦ । ଦଇତାପତି ନିଯୋଗ ପକ୍ଷରୁ ପ୍ରଶାସନର ନିଷ୍ପତିକୁ ବିରୋଧ କରାଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିବ ନିଯୋଗ । ଏହି ବୈଠକରେ ସ୍ନାନବେଦୀରେ ଠାକୁରଙ୍କୁ ସ୍ପର୍ଶ କରିବା ପ୍ରସଙ୍ଗରେ ପ୍ରସ୍ତାବ ରଖିବ ନିଯୋଗ । ପୂର୍ବରୁ ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ନୀତି ନିର୍ଘଂଟ ପାଇଁ ନୀତି ସମନ୍ୱୟ କମିଟି ବୈଠକ ବସିଥିଲା । ଏଥିରେ ୧୧ଟି ନିଯୋଗର ସଭାପତି ଓ ସଂପାଦକ ଯୋଗଦେଇଥିଲେ । ତେବେ ବୈଠକକୁ ଦଇତାପତି ନିଯୋଗକୁ ଡକାଯାଇନଥିଲା । ନିଯୋଗର ଅନୁପସ୍ଥିତିରେ ପ୍ରଶାସନ ଏହି ନିଷ୍ପତି ନେଇଥିବାରୁ ଏହାକୁ ବିରୋଧ କରିଛନ୍ତି ଦଇତାପତି ।