ଭକ୍ତ ଓ ଭଗବାନଙ୍କ ମହାମିଳନ : ଦ୍ୱିତୀୟ ଦିନରେ ଚାଲିଛି କାଳିଆ ଦର୍ଶନ; ସେବାୟତ ଓ ପରିବାର କରୁଛନ୍ତି ପ୍ରବେଶ

୨୬ରୁ ପୁରୀବାସିନ୍ଦା କରିବେ ଦର୍ଶନ

77

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଚାଲିଛି କାଳିଆ ଦର୍ଶନ । ସେବାୟତ ଓ ପରିବାର ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । କରୋନା କଟକଣା ମଧ୍ୟରେ ଚାଲିଛି କାଳିଆ ଦର୍ଶନ । ଶାନ୍ତିଶୃଙ୍ଖଳାର ସହ ସେବାୟତ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି । ସେବାୟତ ଓ ପରିବାର ଆସନ୍ତାକାଲି ଯାଏଁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ଆସନ୍ତା ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀବାସୀ ଦର୍ଶନ କରିବେ । ୩ ତାରିଖ ଠାରୁ ପୁରୀ ବାହାର ଲୋକ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛିି । ୱାର୍ଡୱାରୀ ପୁରୀ ବାସିନ୍ଦା ୩ଟି ପର୍ଯ୍ୟାୟରେ ଦର୍ଶନ କରିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଗୋଟିଏ ୱାର୍ଡ ପାଇଁ ମାତ୍ର ୪ଘଂଟା ସମୟ ଧାର୍ଯ୍ୟ ହୋଇଛି । ପୁରୀ ବାହାରର ଲୋକଙ୍କ ପାଇଁ କୋଭିଡ-୧୯ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।