ଯାଜପୁରର ରସୁଲପୁର ବ୍ଲକରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ୭ ବଖରା ଘର ଜଳିପୋଡି ପାଉଁଶ

ନିଆଁକୁ ଆୟତ କରିବାକୁ ଦମକଳ ବିଭାଗର କସରତ

94

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ରାଧାନଗର ଗାଁରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଦମକଳ ବାହିନୀ ପଂହଚି ନିଆଁକୁ ଆୟତ କରିଛି । ଅଗ୍ନିକାଣ୍ଡରେ ୭ ବଖରା ଘର ଜଳିଯାଇଛି । ନିଆଁ ଲିଭାଇବାକୁ ଦମକଳ ବାହିନୀକୁ ବହୁ କସରତ କରିବାକୁ ପଡିଥିଲା ।

ଗ୍ରାମର ଶଙ୍କର୍ଷଣ ରାଉତ, ଦଶରଥ ରାଉତ, ଖୁଲଣା ରାଉତ ଓ ମହେନ୍ଦ୍ର ରାଉତଙ୍କ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଦଶରଥ ରାଉତଙ୍କର ଲକ୍ଷାଧିକ ଟଙ୍କାର ଟେଣ୍ଟ ହାଉସ ପୋଡ଼ି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦର୍ପଣ ତହସିଲ ପକ୍ଷରୁ ଅଗ୍ନି ବିପନଙ୍କୁ ଆର୍ଥିକ ସହାୟତା ଓ ପଲିଥିନ ଯୋଗାଇ ଦିଆଯାଇଛି। ଯୁବସମାଜସେବୀ ସୁଦୀପ ସାମଲ ଏହି ବିପନ୍ନ ପରିବାରକୁ ଶୀତବସ୍ତ୍ର, ପଲିଥିନ ଓ ରୋଷେଇ ଉପକରଣ ସହିତ ୭ ଦିନ ପାଇଁ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ। ସେହିପରି ଯୁବନେତା କ୍ୟାପଟେନ୍ ରାଜନାରାୟଣ ମହାପାତ୍ର ବିପନ୍ନଙ୍କୁ ଆର୍ଥିକ ସହାୟତ ପ୍ରଦାନ କରିଥିଲେ।