ଆଜି ଭଙ୍ଗାଯିବ ଶ୍ରୀମନ୍ଦିର ଉତର ପାଖରେ ଥିବା ଲଙ୍ଗୁଳି ମଠ । ତାପରେ ପଡ଼ିବ ଏମାର ମଠର ପାଳି, ୭୫ ମିଟର ଯାଏଁ ବୁଲିବ ବୁଲଡୋଜର, ଉଛେଦ ହେବ ମଠ, ଦୋକାନ ଓ ଘର

288

କନକ ବ୍ୟୁରୋ : ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପାଇଁ ଅଂଟା ଭିଡିଲା ଜିଲ୍ଲା ପ୍ରଶାସନ । ପ୍ରଥମ ପର୍ଯ୍ୟାୟରେ ଆଜି ଶ୍ରୀମନ୍ଦିର ଉତରପାଶ୍ୱର୍ରେ ଥିବା ଲଙ୍ଗୁଳି ମଠର ଉଛେଦ ହେବ ଓ ମଠରୁ ଭଡାରେ ନେଇଥିବା ୨୪ଟି ଦୋକାନ ଘର ଭଂଗାଯିବ । ଆଜି ମଠ ଓ ଦୋକାନ ଉପରେ ବୁଲଡୋଜର ବୁଲିବ । ଜିଲ୍ଳା ପୋଲିସର ନିର୍ଦ୍ଦେଶ କ୍ରମେ ଗତକାଲିଠାରୁ ଦୋକାନୀମାନେ ନିଜ ନିଜ ଜିନିଷ ପତ୍ର ନେଇଯିବା ସହ ଘର ଖାଲି କରି ଦେଇଛନ୍ତି । ତେଣୁ ଆଜିର ଏହି ଉଛେଦ କାର୍ଯ୍ୟ ସୁରୁଖୁରରେ ହେବ ବୋଲି ଅନୁମାନ କରାଯାଉଛି ।

ତଥାପି ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଉଛେଦ ହେବାକୁ ଥିବା ସ୍ଥଳରେ ୧୦ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଏକାଧିକ ମାଜିଷ୍ଟ୍ରେଟ୍, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଏସପି, ଡିଏସପିଙ୍କ ଉପସ୍ଥିତିରେ ଏହି ଉଛେଦ ଚାଲିବ । ଲଙ୍ଗୁଳି ମଠର ଉଛେଦ ପରେ ଏମାର ମଠର ପାଳି ପଡିବ । ତାପରେ ପର୍ଯ୍ୟାୟ କ୍ରମେ ମନ୍ଦିର ଚାରିପଟରୁ ୭୫ ମିଟର ପର୍ଯ୍ୟନ୍ତ ଉଛେଦ କରାଯିବ । ଶ୍ରୀମନ୍ଦିରକୁ ବିଶ୍ୱସ୍ତରୀୟ କରିବା ଓ ସୁରକ୍ଷା ଦୃଷ୍ଟିରୁ ଏହି ଉଛେଦ କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି ।