ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଜାଣନ୍ତୁ କେଉଁ ଜିଲ୍ଲା ଗୁଡିକରେ ହୋଇପାରେ ପ୍ରବଳ ବର୍ଷା

5,200

କନକ ବ୍ୟୁରୋ : ଓଡ଼ିଶା ଉପକୂଳ ଉତର-ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ୨୮ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସଂଭାବନା ରହିଛି । ୨୯ ତାରିଖରୁ ଏହା ଲଘୁଚାପରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସଂଭାବନା ରହିଛି । ସେହିପରି ଲଘୁଚାପ ପ୍ରଭାବରେ ଯେଉଁ ବର୍ଷା ହେଉଛି, ତାର ପରିମାଣ ମଧ୍ୟ ଏହାର ପ୍ରଭାବରେ ବୃଦ୍ଧି ପାଇବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଜୁନ୍-ଜୁଲାଇ ମାସରେ ରାଜ୍ୟରେ ସ୍ପଳ୍ପ ବର୍ଷା ସ୍ଥିତି ଦେଖାଦେଇଥିବା ବେଳେ ଏହି ଲଘୁଚାପ ପ୍ରଭାବରେ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଏହାର ଭରଣା ହେବ ବୋଲି ଆଶା କରାଯାଉଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର ଏବଂ ଭଦ୍ରକରେ ୨୪ ଘଂଟା ଧରି ବର୍ଷା ହେବା ସଂଭାବନା ରହିଛି ।