ଜମ୍ମୁ-ଶ୍ରୀନଗର ହାଇୱେରେ ସାଧାରଣ ଗାଡି ଚଳାଚଳ ପାଇଁ ଅନୁମତି ହେଲା କାଳ : ଅନୁମତିର ଫାଇଦା ଉଠାଇଲା ୨୨ ବର୍ଷୀୟ ଆଦିଲ

711

କନକ ବ୍ୟୁରୋ : ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ସାଧାରଣ ନାଗରିକଙ୍କ ଗାଡି ଚଳାଇବା ପାଇଁ ଅନୁମତି ଦେବା ସେନାକୁ ମହଙ୍ଗା ପଡିଛି । ଜମ୍ମୁର ସାଧାରଣ ଜନତାଙ୍କୁ ସେନା ପକ୍ଷରୁ ଦିଆଯାଇଥିବା ସୁବିଧାର ସୁଯୋଗ ନେଇ ଆତଙ୍କବାଦୀ ଏହି ଆକ୍ରମଣ ଘଟାଇଛନ୍ତି ବୋଲି ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି । ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେନାଧିକାରୀ କହିଛନ୍ତି ଯବାନମାନେ ଜାତୀୟ ରାଜପଥରେ ଯିବା ପୂର୍ବରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଇଥିଲା ।

କିନ୍ତୁ ସାଧାରଣ ନାଗରୀକଙ୍କୁ ସ୍ୱାଧୀନତା ଦିଆଯାଇ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଛୋଟ ଛୋଟ ରାସ୍ତାରେ ଗାଡି ଚଳାଚଳ କରିବାକୁ ଅନୁମତି ଦିଆଯାଇଥିଲା । ଏହାର ସୁଯୋଗ ନେଇ ଜୈସ-ଇ-ମହମ୍ମଦ ଆତ୍ମଘାତୀ ଆତଙ୍କବାଦୀ ଆଦିଲ ଅହମ୍ମଦ ଏକ ବିସ୍ଫୋରକ ଭର୍ତ୍ତି ସ୍କୋର୍ପିଓ ସେନାର ବସରେ ଧକା କରିଥିଲା । ଯାହାଫଳରେ ବସରେ ଥିବା ୩୭ଜଣ ଯବାନଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଜମ୍ମୁ-କଶ୍ମୀର ଶ୍ରୀନଗର ଜାତୀୟ ରାଜପଥକୁ ୬ଦିନ ପାଇଁ ବନ୍ଦ୍ ରଖାଯାଇଛି ।

ଅନ୍ୟପଟେ ଆତଙ୍କବାଦୀ ଆକ୍ରମଣ ପରେ କଣ ରହିବ ଭାରତର ପରବର୍ତ୍ତି ପଦକ୍ଷେପ ?ଏନେଇ ଆଜି ବସିଥିବା କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକରେ ନିଆଯାଇଛି କେତେକ ବଡ ନିଷ୍ପତି । ତେବେ ସୁରକ୍ଷା ସମ୍ପର୍କୀତ ହୋଇଥିବାରୁ ତାହା ଗୁପ୍ତ ରଖାଯାଇଛି । କିନ୍ତୁ ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ ପାକିସ୍ତାନକୁ ସର୍ବାଧିକ ଅନିଗୃହୀତ ରାଷ୍ଟ୍ର ବୋଲି ଦେଇଥିବା ମାନ୍ୟତା ଅନୁଗୃହିତ କରିନେଇଥିବା ଜେଟଲୀ କହିଛନ୍ତି ।

ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଏକଘରିକିଆ କରିବୁ । ଆସନ୍ତକାଲି ସର୍ବଦଳୀୟ ବୈଠକ ଡକାଯାଇ ପୁଲୱାମା ଆକ୍ରମଣ ଉପରେ ଆଲୋଚନା କରାଯିବ କହିଛନ୍ତି ଜେଟଲୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ପ୍ରାୟ ଘଂଟାଏ ଧରି ଆଲୋଚନା ଚାଲିଥିଲା । ଏହି ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ତିନି ସେନାମୁଖ୍ୟ, ସିଆରପିଏଫ୍ ଡିଜି ସାମିଲ ହୋଇଥିଲେ ।